୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ )ଆର.ଉଦୟଗିରି :- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଦିଲ୍ଲୀପ ସାହୁଙ୍କ ବ୍ରହ୍ମପୁର ସ୍ଥିତ ବାସ ଭବନ ସମେତ ତିନିଟି ସ୍ଥାନରେ ଭିଜିଲାନ୍ସ ଏକ କାଳୀନ ଚଡାଉ କରି ଆୟ ବହିର୍ଭୁତ ସମ୍ପତ୍ତି ଥିବା ଖବର ପାଇ ତଦନ୍ତ ଜାରି ରଖିଛନ୍ତି।
ଆଜି ସକାଳ ଭିଜିଲାନ୍ସ ବିଭାଗର ତିନିଟି ଦଳ ବ୍ରହ୍ମପୁର ସ୍ପେକ୍ଟଟ୍ରମ ମାଳତୀ ରେସିଡେନସି ଗୋପବନ୍ଧୁ ନଗର, ଦୁଇ ମହଲା ବିଶିଷ୍ଟ ଘର ଜ୍ୟୋତି ନଗର ବ୍ରହ୍ମପୁରସହ ଛେଳିଗଡ଼ ସରକାରୀ ବାସ ଭବନରେ ତନଖି କରିଛି ଭିଜିଲାନ୍ସ ବିଭାଗ । ବ୍ରହ୍ମପୁର ଘରେ ଦୁଇ ଲକ୍ଷ ରୁ ଅଧିକା ନଗଦ ଟଙ୍କା ସହ ସମସ୍ତ ଦସ୍ତାବିଜ ତଦନ୍ତ କରୁଥିବା ଖବର ମିଳିଛି।ସହକାରୀ ଯନ୍ତ୍ରୀ ସାହୁ ପୂର୍ବରୁ ଗଜପତି ଜିଲ୍ଲା ମୋହନା ବ୍ଲକରେ ଦୁଇ ଥର କନିଷ୍ଟ ଯନ୍ତ୍ରୀ ରହିଥିବା ବେଳେ ଛେଳିଗଡ଼ ଜଳ ସେଚନ ବିଭାଗକୁ ବଦଳି ହୋଇ ଆସିବା ପୂର୍ବରୁ ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଚଡାଉ ଭିଜିଲାନ୍ସ ଏସ. ପି. ଗଣେଷ ପ୍ରଧାନ ଙ୍କ ନିର୍ଦେଶ ପ୍ରକାରେ ଜଣେ ଅତିରିକ୍ତ ଏସ. ପି,ପାଞ୍ଚ ଜଣ ଇନ୍ସପେକ୍ଟର, ଦୁଇ ଜଣ ଏ ଏସ ଆଇ, ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଡାଉ ରେ ଭାଗ ନେଇଥିଲେ।

