ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

୧୭ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :-  ଆଜି ଶୁକ୍ରବାର ଗଜପତି ଜିଲ୍ଲାର ଆର.ଉଦୟଗିରି ଅନ୍ତର୍ଗତ କେ.ଏମ.ଭାଲିଆ ସାହି ଠାରେ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବ୍ଲକର ବିଭିନ୍ନ ବିଦ୍ୟାଳୟରୁ କୁନିକୁନି ଖେଳାଳିମାନେ ଆସି ନିଜେ ନିଜର ଖେଳ ପ୍ରଦର୍ଶନ କରିଥିଲେ l ମନୁଷ୍ୟର ଅତ୍ୟାବଶ୍ୟକ ଖାଦ୍ୟ, ବସ୍ତ୍ର,ବାସଗୃହ ପରି କ୍ରୀଡା ମଧ୍ୟ ଏକ ଅବିଚ୍ଛେଦ୍ୟ ଅଂଶବିଶେଷ l କ୍ରୀଡା ହିଁ ଦେଇଥାଏ ମନକୁ ଶାନ୍ତି ଏବଂ ଅନ୍ତରକୁ ତୃପ୍ତି l କ୍ରୀଡା ଦ୍ୱାରା ଜଣେ ମନୁଷ୍ୟ କେବଳ ଯେ ଚଳଚଞ୍ଚଳ, କର୍ମତପ୍ତର ହୋଇଥାଏ, ଏହା ଭାବିବା ଠିକ ନୁହେଁ  l ଖେଳ ଖେଳିବା ଦ୍ୱାରା ଜଣେ ନିରୋଗ ଏବଂ ସୁସ୍ଥ ଭାବରେ ଜୀବନଯାପନ କରିଥାଏ  l ଅନୁଷ୍ଠିତ ହୋଇଥିବା ଆଜିକାର ସଭାରେ ଏବିଇଓ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥିଭାବେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ମୁଖ୍ୟ ବକ୍ତା ବିଡିଓ ରା. ଉଦୟଗିରି ଶ୍ରୀଯୁକ୍ତ ଲରିମନ ଖାରସେଲ, ସମ୍ମାନିତ ଅତିଥି ଚେୟାରମାନ ରା.ଉଦୟଗିରି ଲଷ୍ମୀ ନାରାୟଣ ଶବର, ଜିଲ୍ଲା ପରିଷଦ ଯମୁନା ଦଳବେହେରା,ସରପଞ୍ଚ ଦ୍ରୌପଦୀ ରଇତ, ଏମଏଲଏ ପ୍ରତିନିଧି ଗୋପାଳ ଦଳାଇ, ଓଏଭି ପ୍ରିନସିପାଲ ସର୍ବେଶ୍ୱର ସେଠି, ନାଏବ ସରପଞ୍ଚ ପବିତ୍ର ଗମାଙ୍ଗ ଆଦି ଅତିଥି ମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରାଇଥିଲେ l ଏହି ସମସ୍ତ ଦାୟିତ୍ୱ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ପରିଚାଳନା କରୁଥିଲା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଏଥିରେ ମୋଟ 17 ଟି ହାଇସ୍କୁଲ, 2 ଟି କଲେଜ ଏବଂ ଓଏଭିର ଛାତ୍ରଛାତ୍ରୀ ମାନେ ମିଶି ପ୍ରାୟ 360 ଜଣ ଅଂଶଗ୍ରହଣ କରି ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିଲେ l ଏଥିରେ ଛେଳିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା l

Exit mobile version