୧୬ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :- ନୟାଗଡ଼ ଜିଲ୍ଲାପାଳ ଙ୍କ ପରିସରରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ପରିବାର ପରାମର୍ଶ କେନ୍ଦ୍ର ଆନୁକୁଲ୍ୟରେ “ଲିଙ୍ଗ ଭିତ୍ତିକ ହିଂସା ପ୍ରତିକାର” ପାଇଁ ୪ ସପ୍ତାହ ବ୍ୟାପୀ ସଚେତନତା ଅଭିଯାନ ପାଳନ କରାଯାଇଅଛି। ଉକ୍ତ କାର୍ଯକ୍ରମ ନୟାଗଡ଼ ଜିଲ୍ଲାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବକଳବନ୍ଧ (ଦୁରୁଦୁରା) ଠାରେ ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଉର୍ମିଳା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । 
ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ତହିମୂଲ୍ ଖାଁ ପ୍ରଧାନ ଶିକ୍ଷକ, ଶ୍ରୀଯୁକ୍ତ ବିଜୟ କୁମାର ସାହୁ,ଶ୍ରୀଯୁକ୍ତ ଫକୀର ମୋହନ ମିଶ୍ର ସରକାରୀ ଶିକ୍ଷକ ବକଳବନ୍ଧ ଉଚ୍ଚ ବିଦ୍ୟାଳୟ, ଶ୍ରୀମତୀ ମମତା ସାମନ୍ତରାୟ (ICDS ) , ସୁପରଭାଇଜର ନୂଆଗାଁ ବ୍ଲକ , ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁ ପ୍ରକଳ୍ପ ନିର୍ଦ୍ଦେଶକ ସେବା ନିଶା ନିବାରଣ କେନ୍ଦ୍ର ନୟାଗଡ଼ ଯୋଗ ଦେଇଥିଲେ । ସେବା ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶ ଦାତା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପ୍ରଧାନ କାର୍ଯକ୍ରମ କୁ ସଂଯୋଜନା କରିଥିଲେ । ସ୍ଵଧାର ଗୃହର ପରାମର୍ଶ ଦାତ୍ରି ଶ୍ରୀମତୀ ସରିତା ଆଚାର୍ଯ୍ୟ ଏବଂ ସେବା ନିଶା ନିବାରଣ କେନ୍ଦ୍ର ର ସାମାଜିକ କର୍ମୀ ଶ୍ରୀଯୁକ୍ତ ବିଜୟ କୁମାର ବେହେରା ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପରିଡ଼ା ମହିଳା ଏବଂ ବାଳିକାଙ୍କ ଉପରେ ହେଉଥିବା ହିଂସା ର ପରିସମାପ୍ତ ଓ ବାଲ୍ୟ ବିବାହ ଉପରେ ଆଲୋକପାତ କରିଥିଲେ । “ନାରୀ ନିର୍ଯାତନା ଓ ତାର ପରିସମାପ୍ତି ” ଉପରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ବକୃତା ପ୍ରତିଯୋଗିତା କରାଯାଇଥିଲା । କୃତୀ ୩ ଜଣ ପ୍ରତିଯୋଗୀ ଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସେବା ପରିବାର ପରାମର୍ଶ କେନ୍ଦ୍ରର ପରାମର୍ଶ ଦାତ୍ରୀ ସୁଶ୍ରୀ ସୁଚିସ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

