Home ଓଡ଼ିଶା ଅସହାୟ ଶିକ୍ଷା ବିଭାଗ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସମସ୍ୟା ଘେରରେ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୬ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :– ଛାତ୍ରଛାତ୍ରୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ଯୋଗାଇ ବିଦ୍ୟାଳୟ ଓ ପ୍ରତି ଆକର୍ଷିତ କରିବା ପାଇଁ ସରକାରଙ୍କ ତରଫରୁ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ଯୋଜନା କରାଯାଇଛି । ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଓ ଅପାରଗ ପଣିଆ ଯୋଗୁଁ ବିଭିନ୍ନ ସମୟରେ ଅବ୍ୟବସ୍ଥା ଓ ଦୁର୍ନୀତି ଦେଖାଦେଇଛି । ବିଭାଗୀୟ ଅଧିକାରୀ ମାନଙ୍କ ପରିଚାଳନାଗତ ତୃଟି ଯୋଗୁଁ ଅନେକ ସମୟରେ ଶିକ୍ଷକ ମାନେ ଅସୁବିଧାରେ ପଡ଼ିଛନ୍ତି । ହେଲେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ଶିକ୍ଷକ ମାନଙ୍କ ନିକଟରେ ପୁଣି ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ନେଇ ଅବ୍ୟବସ୍ଥା ଯୋଗୁଁ ବ୍ଲକର ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଅନିଶ୍ଚିତତା ଦେଖାଦେଇଛି । ଯୋଗାଣ ବିଭାଗ ଓ ଶିକ୍ଷାବିଭାଗ ଦ୍ଵାରା ବିଦ୍ୟାଳୟ ପର୍ଯ୍ୟନ୍ତ ଚାଉଳ ଯୋଗାଇ ଦିଆଯାଉ ନଥିବାରୁ ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଚାଉଳ ଆଣିବାକୁ ପଡୁଛି । ପ୍ରଥମରୁ ହିଁ ଶିକ୍ଷକ ମାନେ ବିଦ୍ୟାଳୟ ସଂକ୍ରାନ୍ତିୟ ବିଭିନ୍ନ କାମରେ ଭାରାକ୍ରାନ୍ତ ରହିଆସିଛନ୍ତି,ତାସହିତ ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ଚାଉଳ ସେମାନଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଛି । ଏସଂକ୍ରାନ୍ତରେ ବ୍ଲକର ଅନେକ ଶିକ୍ଷକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ନିର୍ବିକାର ରହିଛନ୍ତି । ଏସଂକ୍ରାନ୍ତରେ ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ ନିଜର ତଥା ବିଭାଗର ଅପାରଗତା ଓ ଅସହାୟତା ସ୍ଵୀକାର କରିବା ବଦଳରେ ଏହି ପରିସ୍ଥିତି ପାଇଁ ଗଣମାଧ୍ୟମକୁ ଦାୟି କରିଛନ୍ତି । ତାଙ୍କ କହିବାନୁଯାୟୀ ଗତ କିଛି ଦିନ ତଳେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ଖବରକାଗଜରେ ପ୍ରକାଶିତ ହେବା ଯୋଗୁଁ ଚାଉଳ ପରିବହନକାରୀ ସଂସ୍ଥା ଚାଉଳ ଯୋଗାଣ ପାଇଁ ଅକ୍ଷମତା ପ୍ରକାଶ କଲେ, ଯେଉଁଥି ପାଇଁ ବର୍ତ୍ତମାନ ବିଦ୍ୟାଳୟ ପର୍ଯ୍ୟନ୍ତ ଚାଉଳ ଯୋଗାଇ ଦେବା ବାଧାପ୍ରାପ୍ତ ହେଉଛି । ସୂଚନାଯୋଗ୍ୟ ଯେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ନେଇ ନିୟୋଜିତ ସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନଙ୍କ ଯୋଗୁଁ ବର୍ଷ ବର୍ଷ ଧରି ଲାଗି ରହିଥିବା ଅନିୟମିତତା ଓ ଦୁର୍ନୀତିକୁ ନେଇ ଗତ କିଛି ଦିନ ତଳେ ଦୈନିକ ଖବରକାଗଜ ଗୁଡ଼ିକରେ ଏକାଧିକ ବାର ଖବର ପ୍ରକାଶିତ ହୋଇଥିଲା । ବିଦ୍ୟାଳୟ ଗୁଡିକୁ ଯୋଗାଇ ଦିଆଯାଉ ଥିବା ମଧ୍ୟାହ୍ନ ଭୋଜନ ଚାଉଳ ବାଟମାରଣା କରିବା, ଚାଉଳ ମହଜୁଦ ରଖିବା ପାଇଁ ବିଭିନ୍ନ ବିଦ୍ୟାଳୟ ପରିସରକୁ ଅନଧିକୃତ ଭାବରେ କବଜା କରି ରଖିବା ସହିତ ଚୁକ୍ତି ଖିଲାପ କରି ଗାଇଡ ଲାଇନ ବାହାରେ ସବକଣ୍ଟ୍ରାକ୍ଟର ଦ୍ଵାରା ବିଦ୍ୟାଳୟ ଗୁଡିକୁ ନିର୍ଧାରିତ ପରିମାଣ ଠାରୁ କମ୍ ଚାଉଳ ଯୋଗାଇ ଦେଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରୁଥିବା ନେଇ ଦୈନିକ ଖବରକାଗଜ ଗୁଡ଼ିକରେ ଖବର ପ୍ରକାଶିତ ହୋଇଥିଲା । ଯାହା ଫଳରେ ଗତ ଜୁଲାଇ ମାସରୁ ଉକ୍ତ ପରିବହନ ସଂସ୍ଥାକୁ ଚାଉଳ ପରିବହନ ପାଇଁଁ ନିଷିଦ୍ଧ କରି ଇତି ମଧ୍ୟରେ ଦୁଇ ଥର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ହୋଇଥିବା ଜଣାପଡିଛି । ହେଲେ କୈାଣସି କାରଣରୁ ଟେଣ୍ଡର ପ୍ରକ୍ରିୟା ଚୁଡାନ୍ତ ହୋଇ ନପାରି ଏବେବି ଚାଉଳ ଯୋଗାଣ ଅନିଶ୍ଚିତ ରହିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୧୮ ପରଠାରୁ ଟେଣ୍ଡର ହୋଇନାହିଁ, ବିନା ଟେଣ୍ଡରରେ ଉକ୍ତ ସଂସ୍ଥାକୁ ଚାଉଳ ଯୋଗାଣ ପାଇଁ ଅନୁମତି ଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ ପରି ଏକ ସମ୍ବେଦନଶୀଳ ଯୋଜନାରେ ସ୍କୁଲ ପର୍ଯ୍ୟନ୍ତ ଚାଉଳ ଯୋଗାଇ ନପାରି ଗଣମାଧ୍ୟମକୁ ଦୋଷ ଦେବା ନିଶ୍ଚିତ ଭାବରେ ବିଭାଗର ଅପାରଗତା ବୋଲି ବିବେଚନା କରାଯିବ । ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଶିକ୍ଷକ ସଂଘ ରହିଛି, ହେଲେ ବ୍ଲକ ଶିକ୍ଷକ ସଂଘର ସଂପାଦକ ଅମିତ୍ ଶର୍ମା ଏବିଷୟରେ କିଛି ଜାଣିନଥିବା ପ୍ରକାଶ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପାଇଁ କହିଛନ୍ତି । ଶିକ୍ଷକ ମାନଙ୍କ ଉପରେ ଅତିରିକ୍ତ ବୋଝ ନଦେଇ ଚାଉଳ ଯୋଗାଣ ନିୟମିତ କରିବା ପାଇଁ ଶିକ୍ଷକ ମାନେ ଦାବି କରିଛନ୍ତି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026