୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ପଦ୍ମପୁର :- ପାଇକମାଲ ବ୍ଳକ ଟେମରୀ ପଞ୍ଚାୟତ ସୋଢା ଗ୍ରାମର ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋହର ନାଗଙ୍କ ଆକସ୍ମିକ ଦୂର୍ଘଟଣାରେ ମୃତ ବରଣ ହୋଇଥିଲା । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକରେ ଚ୍ଛାୟା ଖେଳି ଯାଇଥିଲା । ତାଙ୍କର ପଛରେ ମାତା,ପିତା,ସ୍ତ୍ରୀ ନିରବତୀ ନାଗ ,ଦୁଇ ପୁଅ ପଦ୍ମଲୋଚନ ନାଗ (୧୬) ସୁରେନ୍ଦ୍ର ନାଗ (୧୪)ଙ୍କୁ ଛାଡି ଯାଇଛନ୍ତି ।
ଆଜି ତାଙ୍କ ସୋଢା ଗ୍ରାମ ବାସ ଭଵନ ଠାରେ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଶ୍ରୀ ନାଗଙ୍କ ଫୋଟୋ ଚିତ୍ରରେ ଫୂଷ୍ପମାଳ୍ୟ ଅର୍ପଣ କରିବା ସହିତ ତାଙ୍କ ପରିବାର ବର୍ଗ ସମବେଦନା ଜଣାଇଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ପୁରୋହୀତ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭାଗିରଥୀ ବେହେରା, ଦିଲ୍ଲିପ ପ୍ରଧାନ, ବିପିନ ସାହୁ , ଡୋଲାମଣି ବଢେଇ ,ପିତବାସ ଭୋଇ ,ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଭିଷ୍ମଦେବ ପଟେଲ ଙ୍କ ସମେତ ଅନ୍ୟ ବରିଷ୍ଠି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

