ରଣପୁର ବ୍ଳକ୍ ରେ ସଟ୍ ଡାଉନ ର ନିୟମ କଡାକଡି । ସଟ୍ ଡାଉନରେ ୬ ଟି ଚୋରା ମଟର ସାଇକେଲ ସହିତ ୧୧ ଜଣ ଙ୍କୁ ଗିରଫ କଲେ ପୋଲିସ ।

ଓଡିଶା ତାଜା ନ୍ୟୁଜ୍‌ ରିପୋର୍ଟ -ସୋନାଲି ମହାରଣା (୦୬ ଜୁନ୍ ଶନିବାର) ରଣପୁର :- ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନର ଡାକରାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାରିଆଡେ ସଟ ଡାଉନ ର ପୁରା ପ୍ରଭାବ ପଡ଼ିଛି । ଆଜି ର ଏହି ସଟ ଡାଉନ ର ପ୍ରଭାବ ଆଜି ସକାଳୁ ଏଠାରେ ଦେଖିବାକୁ ମିଳିଛି । ସମସ୍ତ ଅଞ୍ଚଳ ରେ ପୋଲିସ ପଇଁତରା ମାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସାଧାରଣ ଜନତା ମଧ୍ୟ ସରକାରଙ୍କ ଏହି ନିର୍ଦେଶକୁ ମାନିଥିବା ଦେଖିବାକୁ ମିଳୁଛି ଦେଖିଲେ ଲାଗୁଛି ସତେ ଯେମିତି ରଣପୁରରେ ନୀରବତା ତାଣ୍ଡବ କରୁଛି ।

ରଣପୁର ପଂଚୁଦୋଳ ପଡିଆ , ବଡ଼ ଦାଣ୍ଡ ସାହି , ରଥ ଖଳା ,ଜଗନ୍ନାଥ ମନ୍ଦିର ସମ୍ମୁଖ ,ସାମୁକା ସାହି ଭଣ୍ଡାରି ସାହି , ବିସି ହାଇସ୍କୁଲ ଛକ ,ମଝିଆଁଖଣ୍ଡ , ମହତ ପଲ୍ଲା , ବଳଭଦ୍ର ପୁର , ବରମୂଳୁ , ଲୋଧାଚୁଆ ପଞ୍ଚାୟତ , ଏତତ୍ ବ୍ୟତିତ ପାମ୍ପଡା଼ ,ମଙ୍ଗରାଜପୁର ଗୋପାଳପୁର ଜୋନ ରେ ମଧ୍ୟ ଚାରିଆଡେ ଶୂନଶାନ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏହି ସଟଡାଉନକୁ ସଫଳ କରିବା ପାଇଁ ଏଠାକାର ପୁଲିସ ଅକ୍ଲାନ୍ତ ପରିଶ୍ରମ କରୁଥିବା ର ଦେଖିବାକୁ ମିଳୁଅଛି ।

ଏପରିକି ରଣପୁର ଜୋନ୍, ସୁନଖଳା ଜୋନ୍, ଓ ଗୋପାଳପୁର ଜୋନ୍ କୁ ପୋଲିସ ପ୍ରଶାସନ ବହୁତ କଡ଼ାକଡି କରିଛି । ଆସନ୍ତା ରବିବାର ମଧ୍ୟ ଏହି ପରିସ୍ଥିତି ରହିବ । ତେବେ ଜୁନ ମାସର ପ୍ରତ୍ୟେକ ଶନିବାର ରବିବାର ଏହିପରି ରଣପୁରବାସୀଙ୍କ ସହଯୋଗ ରହିଲେ ନୟାଗଡ ଜିଲ୍ଲାରୁ କରୋନା ହଟିଯିବା ନିଶ୍ଚିତ ବୋଲି ରଣପୁର ଥାନା ମୁଖ୍ୟ ଅଧିକାରୀ ରଶ୍ମି ରଞ୍ଜନ ଦାସ୍ ପ୍ରତିକ୍ରିୟା ଦେଇଛନ୍ତି ।

ଆସନ୍ତା କାଲି ବି ଏହି ଭଳି ସଟ୍ ଡାଉନ କୁ ପାଳନ କରାଯିବ ନଚେତ ଏହି ସଟ୍ ଡାଉନ ନିୟମ କୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଆଜି ରଣପୁର ରେ ଏହି ସଟ୍ ଡାଉନ ପରିପ୍ରେକ୍ଷି ରେ ସମସ୍ତ ଅଞ୍ଚଳ ସଟଡାଉନ ଥିବା ବେଳେ ରଣପୁର ଥାନା ପୋଲିସ ଙ୍କ ହାତରେ ୬ଟି ଚୋରା ମଟର ସାଇକେଲ ଧରା ପଡ଼ିଛି ଏଥିସହିତ ନଗଦ ୪୦୦୦ ଟଙ୍କା ଜବତ କରିଥିବା ବେଳେ ୧୧ଜଣ ଙ୍କୁ ଗିରଫ କରି ୧୪୯ / ୨୦୨୦ ଧାରା ମାମଲା ରୁଜ୍ଜୁ କରାଯାଇଛି ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ଦାସ୍ , ବିଦିତା ନାୟକ , ପ୍ରୀତି ପ୍ରକାଶ ମହାନ୍ତି ଜଣାଇଛନ୍ତି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version