Home ଓଡ଼ିଶା ଭୁବନେଶ୍ଵରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୬ ଜଣ ଶିଳ୍ପୀ ୧୫ ଦିନ ଧରି ଗଢିବେ ପ୍ରସ୍ତର ତଥା ସ୍କ୍ରାପ ଭାସ୍କର୍ଯ୍ୟ ୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ଵର :- ଗଣ୍ଡମୁଣ୍ଡାସ୍ଥିତ କଳାଭୂମି ଠାରେ ଉଦଘାଟିତ ହୋଇଛି ୧୫ ଦିନିଆ ଆନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳା ସିମ୍ପୋଜିୟମ ଓ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ, ଭୁବନେଶ୍ଵର ମହାନଗର ନିଗମ ଓ ଭୁବନେଶ୍ଵର ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଭୁବନେଶ୍ଵରରେ ଏପରି ଶିବିର ଆୟୋଜନ କରାଯାଇଛି । ଏହି ସିମ୍ପୋଜିୟମକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଆର ବାଲକ୍ରୀଷ୍ଣନନ୍ ଶୁଭ ଉଦଘାଟନ କରି ପ୍ରତ୍ୟେକ ଶିଳ୍ପୀଙ୍କୁ ସ୍ଵାଗତ କରିଥିଲେ ଓ ଉଦଘାଟନ ଉତ୍ସବ ଅବସରରେ ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକ, ବି.ଏମ୍.ସି ଅତିରିକ୍ତ କମିଶନର ଶ୍ରୀଯୁକ୍ତ ମୟୂର ସୂର୍ୟ୍ୟବଂଶୀ,ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ଵିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଓ ଷ୍ଟାମ୍ପ-୩.୦ କାର୍ୟ୍ୟକ୍ରମ ମଧ୍ୟରେ ଉକ୍ତଭାସ୍କର୍ଯ୍ୟ କଳା ଶିବିରକୁ ଅନ୍ତର୍ଭୁକ୍ତ କରାଯାଇଛି ଓ ଏହି ଶିବିରରୁ ପ୍ରସ୍ତୁତ ଭାସ୍କର୍ଯ୍ୟ କଳାଗୁଡିକ ଭୁବନେଶ୍ଵରର ପ୍ରମୁଖ ସ୍ଥାନ ଗୁଡିକରେ ସଂସ୍ଥାପନ କରାଯାଇ ସହରର ଶୋଭା ବୃଦ୍ଧି କରାଯିବ ଓ ଏହି ସିମ୍ପୋଜିୟମରେ ଆମେରିକାରୁ କାରୋଲ ଟର୍ନର, ଇଟାଲୀରୁ ଏଲିନା ସାରାସିନୋ, କୋରିଆରୁ ସୋଡଙ୍ଗ ଚୋଏ, ଇଜିପ୍ଟରୁ ଖଲିଦ ଅବଦୁଲା, ଫ୍ରାନ୍ସରୁ ଆଲେକ୍ସ ଲବେଜୋଫ ଓ ଗଦାଧର ଓଝା, ଓଡ଼ିଶାରୁ ଶିଳ୍ପୀଗୁରୁ ପ୍ରଭାକର ମହାରଣା, ଦିଲ୍ଲୀରୁ ଚୁଗୁଲି ସାହୁ, କାଳିକିଙ୍କର ଦେ ଓ ଟୁଟୁ ପଟ୍ଟନାୟକ, ମହରାଷ୍ଟ୍ରରୁ ପଙ୍କଜ ଗହଲଟ, ଚଣ୍ଡିଗଡରୁ ବିଶାଲ ଭଟ୍ଟନାଗର, ମୁମ୍ବାଇରୁ ରତନ ସାହା, ବାଙ୍ଗାଲୋରରୁ ଡ. ଜ୍ଞାନେଶ ମିଶ୍ର, କେରଳରୁ ରାଜଶେଖର ନାୟର ଓ ଜାମ୍ମୁ କାଶ୍ମିରରୁ ଚନ୍ଦର ପ୍ରକାଶ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ଓ ଭାସ୍କର୍ୟ୍ୟ ଶିଳ୍ପୀମାନେ ଆସନ୍ତା ଡିସେମ୍ବର ୨୯ ତାରିଖ ପର୍ୟ୍ୟନ୍ତ ୮ ଫୁଟରୁ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ଓ ସ୍କ୍ରାପ ଭାସ୍କର୍ୟ୍ୟ ମାନ ଗଢିବେ ଓ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଏହି ସିମ୍ପୋଜିୟମ ଅବସରରେ ଭାସ୍କର୍ୟ୍ୟ ଶିଳ୍ପୀମାନଙ୍କ ଜୀବନ ଶୈଳୀ ଓ କାର୍ୟ୍ୟଧାରା ସମ୍ପର୍କରେ ଆଲୋଚନା କାର୍ୟ୍ୟକ୍ରମ ରହିଛି . Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026