Home ଓଡ଼ିଶା ୭ ଦଫା ଦାବି ନେଇ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉଓ ବିକ୍ଷୋଭ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ୭ଦଫା ଦାବି ପୂରଣ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଜେଲ-ଭରୋ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଆଶାକର୍ମୀ ମାନଙ୍କ ଦୀର୍ଘ ଦିନ ହେଲାଣି ସେମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ତଥା ମୌଳିକ ଦାବୀ ଗୁଡ଼ିକ ପୁରଣ ହୋଇ ନ ଥିବା ଯୋଗୁଁ ସେହି ଦାବୀକୁ ପୁନଃ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକଙ୍କୁ ୭ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସଂପାଦକ ଶ୍ରୀ ସୁଜିତ ପ୍ରଧାନ ଏବଂ ଆଶାକର୍ମୀ ସଂଘର ଜିଲ୍ଲାସଭାନେତ୍ରୀ ଶ୍ରୀମତୀ ସମୀକ୍ଷା ଗମାଙ୍ଗ ଓ ସମ୍ପାଦିକା ଶ୍ରୀମତୀ ବିଷ୍ଣୁ ବିହାରୀଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ସଂଖ୍ୟାରେ ଆଶାକର୍ମୀ ସି.ଡି.ଏମ.ଓ.ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସେଠାରେ ସେମାନଙ୍କ ୭ ଦଫା ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ଉପରେ ବିକ୍ଷୋଭ ସଭା ମାଧ୍ୟମରେ ଦୋହରାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ସେହି ୭ ଦଫା ଦାବି ଗୁଡ଼ିକ ହେଲା ଯଥା:- (୧)- ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ ଓ ଆଶା କର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ଘୋଷଣା କରାଯାଉ (୨) ଆଶାକର୍ମୀ ମାନଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ମାସିକ ବେତନ ଦିଆଯାଉ ( ୩) ସାମାଜିକ ସୁରକ୍ଷା ଅନ୍ତର୍ଗତ ଗ୍ରାଚୁଇଟି , ଇପିଏଫଓ: ଓ ଇଏସଆଇସି: ଲାଗୁ କରାଯାଉ (୪) ଅବସର ଗ୍ରହଣ କରୁଥିବା ଆଶାକର୍ମୀ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଓ ମାସିକ ୫ ହଜାର ଟଙ୍କା ପେନସନ ଦିଆଯାଉ(୫) ଯୋଗ୍ୟ ଆଶା କର୍ମୀଙ୍କୁ ଏ.ଏନ.ଏମ: ପଦବୀକୁ ପଦୋନ୍ନତି ଦିଆଯାଉ(୬) ଆକସ୍ମିକ ମୃତ୍ୟୁରେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ସହ ପରିବାରରୁ ଜଣଙ୍କୁ ନିଯୁକ୍ତି ଦିଆଯାଉ (୭) କୋଭିଡ-୧୯ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କୁ ସରକାର ଘୋଷଣା କରିଥିବା ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ସଂଘର ଉପସଭାପତି ଶ୍ରୀମତୀ ସିଏଚ: ଉଷା , କୋଷାଧ୍ୟକ୍ଷକ୍ଷ ଶ୍ରୀମତୀ ଇସ୍ପାନି ଗମାଙ୍ଗ ,ଏବଂ ଶ୍ରୀମତୀ ମମତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ନେତୃତ୍ୱରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଡେପୁଟି କଲେକ୍ଟର ଶ୍ରୀ ଜ୍ଞାନରଞ୍ଜନ ମାଝୀ ଓ ଜିଲ୍ଲାପାଳଙ୍କ ଓଏସଡି: ଶ୍ରୀ ଜୟଦ୍ରଥ ଆଚାର୍ଯ୍ୟ ଏବଂ ବହୁ ସଂଖ୍ୟାରେ ପୋଲିସ ବାହିନୀ ଓ ଅଧିକାରୀ ଉପସ୍ଥିତ ଥିଲେ Categories: ଓଡ଼ିଶା, ଗଜପତି, ହୋମ୍ Related Content ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026