ଗଜପତି ଜିଲ୍ଲାକୁ ଗର୍ବ ଓ ଗୌରବଆଣିଲେ ମୋହନା ବ୍ଲକ ମାଣିକ ଗୁବୁରିଗୁଡା ଗ୍ରାମର ଆଦିବାସୀ ଯୁବତୀ କୁମାରୀ ରଇତ

୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ନିକଟସ୍ଥ ଗୁବୁରିଗୁଡା ଗ୍ରାମର ଜଣେ ଆଦିବାସୀ ନିରୀହ ଗରିବ ଝିଅ କୁମାରୀ ରଇତ । ସଉରା ଉନ୍ନୟନ ସଂସ୍ଥା ଚନ୍ଦ୍ରଗିରି ତରଫରୁ କାର୍ପେଟ ଶିଳ୍ପ ତାଲିମ ନେ ଦେଇ ଦିଲ୍ଲୀ ଆନ୍ତର୍ଜାତୀୟ ମେଳାକୁ ମୋନୋନିତ ହୋଇଥିଲେ । କୁମାରୀ ଓ ସ୍ଵତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁ ଓ ପ୍ରକଳ୍ପ ପରିଚାଳକ ଶ୍ରୀଧର ସାହୁ ଙ୍କ ସହ ବିମାନ ଯୋଗେ ସୁଦୂର ଦିଲ୍ଲୀ ଯାତ୍ରା କରିଥିଲେ । ସେଠାରୁ ନୋଇଡା ଯାଇ ପଞ୍ଚତରକା ହୋଟେଲରେରହି11th India Textile Machinary Exhibition 2022 ରେ ହ ଇଣ୍ଡିଆ ଆଇଟେମ ସୋସାଇଟ ତରଫରୁ ସମ୍ମାନିତ ହୋଇ ମାନ ପତ୍ର ପାଇବାସହ ଏକ ଲକ୍ଷ ଟଙ୍କା ମଧ୍ୟ ପାଇଛନ୍ତି ।

ଏହା ଆମ ମୋହନା ବ୍ଲକ ତଥା ଗଜପତି ଜିଲ୍ଲା ଓ ଆମ ରାଜ୍ୟ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସ୍ଵତନ୍ତ୍ର ପଦଧିକାରୀ ଶ୍ରୀ ବନମାଳୀ ଭୂୟାଁ କହିଛନ୍ତି ତାସହ କୁମାରୀଙ୍କୁ ଆଜି ସଉରା ଉନ୍ନୟନ ସଂସ୍ଥା କାଯ୍ୟlଳୟ ଚନ୍ଦ୍ରଗିରିଠାରେ ପ୍ରଥମେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ନିଜ ଗ୍ରାମକୁ ପାଛୋଟି ନେଇଥିଲେ ଗୁବୁରିଗୁଡା ଗ୍ରାମ ବାସୀ । କୁମାରୀ ନିଜ ଗ୍ରାମ ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଖୁସିରେ କାନ୍ଦି ପକାଉଛନ୍ତି କୁମାରୀଙ୍କ ପରିବାର ଓ ଗ୍ରାମବାସୀ ଓ ସାଙ୍ଗ ସାଥିମାନେ ।

Exit mobile version