୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣସମିତିରଟଙ୍କାହେରଫେରକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସ୍ଥାନୀୟ ମୋହନା ଗୋଷ୍ଠୀ ଚିକିତ୍ସା ଅଧିକାରିଣୀଙ୍କୁ ଅସ୍ତ୍ରକରି ଦିନକୁ ଏହି ବ୍ଳକରେ ରୋଗୀ ସହିତ କର୍ମଚାରୀମାନେ ବିଭିନ୍ନ ଶୋଷଣର ଶୀକାର ହେଉଛନ୍ତି। ଦୀର୍ଘଦିନ ଧରି ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଅନିୟମିତତା। ଉଚ୍ଚପଦସ୍ଥ ଅଧିକାରୀ ସବୁ ଜାଣି ନିରବଦ୍ରଷ୍ଟା।
ଗତ ୨୦ ୨୧ରେ କେନ୍ଦ୍ର ସରକାରଙ୍କ କାୟା କଳ୍ପ ଯୋଜନାରୁ ୧ ଲକ୍ଷ ଟଙ୍କା ଓ ଇକୋ ଫ୍ରେଣ୍ଡଲି ପକ୍ଷରୁ ୫ ଲକ୍ଷ ଟଙ୍କା ଶ୍ରେଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ବିବେଚିତ ହୋଇ ମୋଟ ୬ଲକ୍ଷ ଟଙ୍କା ପାଇ ପୁରସ୍କୃତ ହୋଇଥିଲା। ସେଥିମଧ୍ୟରୁ ୨୫ ଶତକଡା ଅର୍ଥରାଶି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନଙ୍କୁ ପୁରସ୍କାର ସ୍ୱରୂପ ଦିଆଯିବାର ସରକାରଙ୍କ ନିୟମ ରହିଛି। କିନ୍ତୁ ଏହା ମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ଉକ୍ତ ପୁରସ୍କାର ରାଶି ପାଇବାରୁ ବଞ୍ଚିତ ଅଛନ୍ତି କର୍ମଚାରୀ। ଯାହାଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଆସନ୍ତୋଷର ବାତାବରଣ ଦେଖାଯାଇଛି। ଉକ୍ତ ଟଙ୍କା ସମେତ ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ସମସ୍ତ ଟଙ୍କା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ମହେନ୍ଦ୍ରଗଡ଼ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ରହିଥିବା ଜମା ଖାତାରେ ରହିବା କଥା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ବିକାଶ ପାଇଁ ଯାହା ଅର୍ଥ ଖର୍ଚ୍ଚ ହେବ ସେ ସବୁକୁ ବିଧାୟକ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହମତିରେ ଅନୁମୋଦନ କ୍ରମେ ଖର୍ଚ୍ଚ ହେବ।

