୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଆର,ଉଦୟଗିରି ବ୍ଲକର ଛେଳାଗଡ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଡାଳିମ୍ବ ଗମାଙ୍ଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭରେ ପଞ୍ଚାୟତ ବିକାଶ ଯୋଜନା ଅନ୍ତର୍ଗତ ବାଷିକ କାର୍ଯ୍ୟ ଖସଡା ୨୦୨୩– ୨୪ ଅନୁସାରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପ୍ରାଣୀଧନ, ଉଦ୍ୟାନ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇ ସ୍ଥିରୀକୃତ ହୋଇଥିବା ଜଣାପଡିଛି ।
ଉକ୍ତ ସଭାରେ ପଞ୍ଚାୟତର ସମିତିସଭ୍ୟ, ନାଏବ ସରପଞ୍ଚ ଓ ବିଭିନ୍ନ ଓ୍ବାଡର ସଭ୍ୟ/ସଭ୍ୟା, ଜିଆରଏସ୍, ଯୋଗାଣ ସହାୟକ ପ୍ରମୁଖ ଯୋଗଦେଇଥିଲେ । ପଞ୍ଚାୟତ ରାସ୍ତା, ଡ୍ରେନ, ପାନୀୟଜଳ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଶାଙ୍କ ସେଖର ସୁବୁଦ୍ଧି କାର୍ଯ୍ୟକ୍ରମ ସଂଯୋଜନା କରା ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇଥିବା ବେଳେ ଏଥିରେ ପଞ୍ଚାୟତର ସମସ୍ତ ଗ୍ରାମର ୩ ଶହରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

