ଡ. ବିଆର . ଆମ୍ବେଦକର ମହାବିଦ୍ୟାଳୟ ବାଷିକ ଉତ୍ସବ

୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଲକର ରାମଗିରିଡଃ. ବିଆର. ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟରେ ବାଷିିକ ଉତ୍ସବ ପାଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥୀ ଭାବେ ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ, ମୁଖ୍ୟବକ୍ତା ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର, ସମ୍ମାନିତ ଅତିଥୀ ରାମଗିରି ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ବିଧାୟକ ପ୍ରତିନିଧି ଗୋପାଳ କୃଷ୍ଣ ଦଳାଇ, ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ମହାବିଦ୍ୟାଳୟ ସଭାପତି ହରିଶନ୍ଦ୍ର ରଇତ, ମହାବିଦ୍ୟାଳୟ ସେକ୍ରେଟାରୀ ବାରସିଂ ମଣ୍ଡଳ, ପୂର୍ବତନ ସେକ୍ରେଟାରୀ ବନମାଳୀ ଶବର, ମହାବିଦ୍ୟାଳୟ ଅଧ୍ୟକ୍ଷ ପୂଣ୍ଣଚନ୍ଦ୍ର ଦଳାଇ, ସାଧାରଣ ପରିଷଦ ସଭାପତି ଯୁଧିଷ୍ଠିର ବଡମୁଣ୍ଡି, ଆର,ଉଦୟଗିରି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ବନାଥ ଭୂୟାଁ, ସୁବରଡା ସରପଞ୍ଚ ବିରଜା ମଣ୍ଡଳ, ସୁବଲଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ତାପସ କୁମାର ରଇତ, ରଘୁନାଥ ବଡମୁଣ୍ଡି, ନରସିଂହ ଗୌଡ, ରାମଗିରି ପଞ୍ଚାୟତ ପୂର୍ବତନ ସରପଞ୍ଚ ସଚଳା କାଜି ପ୍ରମୁଖ ମଞ୍ଚାସିନ ହୋଇଥିଲେ । ସର୍ବ ପ୍ରଥମ ଅତିଥୀ ମାନେ ଡଃ.ବି ଆର ଆମ୍ବେଦକରଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ ଅପଣ କରିଥିଲେ । ଅଧ୍ୟାପକ ବାୟାଧର ବଡକୁମର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ଶ୍ରଦ୍ଧାଞ୍ଜଳି ଦେବା ମହାବିଦ୍ୟାଳୟର ଅତିତ ବିଷୟରେ କହିଥିଲେ । ଏହି ଅବସରରେ ବିଦ୍ୟାଥୀ ନାରୀଶକ୍ତି ଓ କନ୍ୟା ଭୂଣ ହତ୍ୟାକୁ ରୋକିବା ଉପରେ ନାଟକ ପରିବେଷଣ କରିଥିଲେ । ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Exit mobile version