ରାମଗିରି ଗ୍ରାମରେ ସ୍ବାଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୫ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଆଜି ଆର. ଉଦୟଗିରି ବ୍ଲକର ରାମଗିରି ପଞ୍ଚାୟତ ପର୍ଯ୍ୟରୁ ରାମଗିରି ଗ୍ରାମର ବିଭିନ୍ନ ଅଞ୍ଚଳରେ ସ୍ବାଛ ଭାରତରେ ଗ୍ରାମର ବିଭିନ୍ନ ସ୍ଥାନକୁ ସଫେଇ କରାଯାଇଥିଲା । ରାମଗିରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗ୍ରାମର ହାଟପଦା ପର୍ଯ୍ୟନ୍ତ ରାସ୍ତାହାଟ, ନଳ ନଦମା ଓ ରାସ୍ତା ଦୁଇପାସରେ ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଗ୍ରାମର ଯୁବକ ସଂଘ, ସରପଞ୍ଚ, ସମିତିସଭ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ସହାୟତାରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର ବିଡିଓ ଲରିମନ ଖର୍ସେଲ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ଶବର, ରାମରାଗି ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ସହ ଗ୍ରାମର ସତାଧିକ ଗ୍ରାମବାସୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପଞ୍ଚାୟତର ପିଇଓ ମନୋଜ କୁମାର ପରିଛା ପରିଚାଳନା କରିଥିଲେ ।

Exit mobile version