ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୋଗ ଦେଲେ ନୂତନ ଅଧ୍ୟକ୍ଷ

୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବେ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବିନାୟକ ହୋତା । ଶ୍ରୀ ହୋତା ଆଜି ଅସ୍ଥାୟୀ ଅଧ୍ୟକ୍ଷ ଡ଼ା. ଏସପିଏନଏସ ବର୍ମାଙ୍କ ନିକଟରୁ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ଉପସ୍ଥିତିରେ ନୂତନ ଦାଇତ୍ୱ ଭାର ଗ୍ରହଣ କରିଥିଲେ । ଏହାପରେ ନୂତନ ଅଧ୍ୟକ୍ଷ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ର, ଗଣେଶ ଏବଂ ସରସ୍ବତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ , ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଙ୍କ ସହିତ ମହାବିଦ୍ୟାଳୟ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ, ପୂର୍ବତନ ଛାତ୍ର ରଞ୍ଜିତ ନାୟକ , ଆଲୋକ କୁମାର ପ୍ରଧାନ ନୂତନ ଅଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଅପରପକ୍ଷେ ଆସନ୍ତାବର୍ଷ ଗୋଦାବରୀଶ ମହାବିଦ୍ୟାଳୟର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ମଧ୍ୟ ହେବ ।ତେବେ ନୂତନ ଅଧ୍ୟକ୍ଷ ସ୍ଥାନୀୟ ବାସିନ୍ଦା ଏବଂ ଉକ୍ତ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ହୋଇଥିବାରୁ ମହାବିଦ୍ୟାଳୟର ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ନିଶ୍ଚିତ ସହାଭାଗିତାର ସହ କାର୍ଯ୍ୟ କରିବେ ବୋଲି ଅଞ୍ଚଳବାସି ଆଶା ପ୍ରକଟ କରିଛନ୍ତି ।

Exit mobile version