ପୁଣି ଆଉ ଏକ ସଫଳତା ପାଇଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ

୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :- ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟୋରିଅମ୍ ଙ୍କ ମିଳିତ ଉଦ୍ୟମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଉକ୍ତ ୨୦ ଜଣଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାର ଜଣେ ଛାତ୍ର ମଦନ ମୋହନ ମିଶ୍ର ସ୍ଥାନ ପାଇଛନ୍ତି, ଯେକି ନୂଆଗାଁ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ।ପ୍ରକାଶ ମୁତାବକ ଉକ୍ତ ୨୦ ଜଣ ଛାତ୍ରଛାତ୍ରୀ ବାଙ୍ଗାଲୋର ସ୍ଥିତ ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଆସନ୍ତା ମଇ ମାସରେ ପରିଭ୍ରମଣର ଯିବେ । ଆଜି ଜନଶକ୍ତି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ଓ ବିଜ୍ଞାନ ଶିକ୍ଷକଙ୍କ ଗହଣରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ କୃତିତ୍ଵ ଅର୍ଜନ କରିଥିବା ମଦନମୋହନ ମିଶ୍ରଙ୍କୁ ସମ୍ମାନୀତ କରିଥିଲେ ।

Exit mobile version