Home ଓଡ଼ିଶା ଭୋପାଳ ଯିବେ ମାଲକାନଗିରିର ୨୦ ଆଦିବାସୀ ଯୁବକ ଯୁବତୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମଧ୍ୟପ୍ରଦେଶ ଭୋପାଳ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଯୁବବିନିମୟ କାର୍ଯ୍ୟକର୍ମରେ ଯୋଗ ଦେବେ ମାଲକାନଗିରି ଜିଲ୍ଲାର ୨୦ଜଣ ଆଦିବାସୀ ଯୁବକ ଓ ଯୁବତୀ । ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସେକ୍ଟର ହେଡ୍ କ୍ୱାଟର ମାଲକାନଗରିଠାରେ ତୃତୀୟ ପର୍ଯ୍ୟାୟ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ନେଇ ଏକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ବିଏସ୍ଏଫ୍ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ଉଦଘାଟନ କରିଛନ୍ତି । ଆସନ୍ତା ୧୬ ଡିସେମ୍ବର ୨୦୨୨ ରୁ ଦୁଇ ଜଣ ବିଏସ୍ଏଫ୍ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ଦଳ ମଧ୍ୟପ୍ରଦେଶର ଭୋପାଳ ସହର ଗସ୍ତ କରିବେ । ଏହା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ସୀମା ସୁରକ୍ଷା ବଳ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ ସଂଗଠନର ମିଳିତ ସହଯୋଗରେ ଆୟୋଜିତ ହୋଇଛି । ଦେଶର ସାମାଜିକ ଓ ସାଂସ୍କୃତିକ ନୈତିକତାକୁ ଭଲରେ ବୁଝିବା ପାଇଁ ସେମାନେ ପ୍ରମୁଖ ଶିଳ୍ପ, କର୍ପୋରେଟ ସଂସ୍ଥା, ଗୁରୁତ୍ଵପୂର୍ଣ୍ଣ ରାଷ୍ଟ୍ରୀୟ ପ୍ରତିଷ୍ଠାନ, ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନ ପରିଦର୍ଶନ କରିବେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026