Home ଓଡ଼ିଶା କନ୍ଧମାଳ ଠାରେ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାକୁ ଲୋକାଭିମୁଖୀ କରିବା ସହ ସେବାକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ଜିକିତ୍ସା ହେଲଥକେୟାର ଲିମିଟେଡ ପକ୍ଷରୁ ଚଳିତ ଡିସେମ୍ବର ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲା ସ୍ଥିତ ହୋଟେଲ କେପି ସାଲୁନ୍କି ଠାରେ ଆମ୍ବୁଲାନ୍ସ ସେବା ପାଇଥିବା ଲୋକଙ୍କୁ ନେଇ ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିକିତ୍ସା ହେଲଥକେୟାର ଲିମିଟେଡର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଠାରେ ଉପସ୍ଥିତ ଡାକ୍ତର, ଆଶାକର୍ମୀ, ନର୍ସ ଆଦି ଆଗଧାଡ଼ିର କର୍ମଚାରୀ ଏବଂ ଜନସାଧାରଣଙ୍କ ସହିତ ୧୦୮ ଆମ୍ବୁଲାନ୍ସ ସେବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ରୁ ୫୦ଜଣ ହିତାଧିକାରୀ ଯୋଗ ଦେଇଥିଲେ, ଯେଉଁଠାରେ ସେମାନେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାର କାର୍ଯ୍ୟ ବିଷୟରେ ବେଶ ସକାରାତ୍ମକ ମତାମତ ପ୍ରଦାନ କରିଛନ୍ତି । ଏହି ଅବସରରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡିପିଏମ ଶ୍ରୀ ମନୋରଞ୍ଜନ ସାହୁ, ଜିଲ୍ଲା ସଦର ଥାନା ଆଇଆଇସି ଶ୍ରୀ ସମୀର ରାଉତ ଏବଂ ଜିଲ୍ଲା ଟାଉନ ଥାନା ଆଇଆଇସି ଶ୍ରୀ ଅଶୋକ କୁମାର ଗିରି ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଯୋଗଦେଇ ଜିକିତ୍ସା ହେଲଥକେୟାର ଲିମିଟେଡର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ରାଜ୍ୟରେ ୯ରୁ ଉର୍ଦ୍ଧ୍ୱ ବର୍ଷ ଧରି ଆମେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରିଆସୁଛୁ । ଏହି ସମୟ ମଧ୍ୟରେ ଆମର ସମସ୍ତ କର୍ମଚାରୀମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧ୍ୟ କାର୍ଯ୍ୟକୁ ବେଶ ସଫଳ ଭାବେ ପରିଚାଳନା କରିଛନ୍ତି । ତେଣୁ ଆଗକୁ ଆମ ପରିଚାଳନା ପଦ୍ଧତିରେ କିଭଳି ଅଧିକ ଉନ୍ନତି କରାଯାଇପାରିବ ସେଥିପାଇଁ ଆମେ କନ୍ଧମାଳ ଠାରେ ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ଆୟୋଜନ କରିଛୁ । ଯେଉଁଠାରେ ୧୦୮ ଆମ୍ବୁଲାନ୍ସ ସେବା ପାଇଥିବା ଉପଭୋକ୍ତାମାନେ ଆମ ସେବା ସମ୍ପର୍କରେ ସେମାନଙ୍କର ଅନୁଭୂତି ବାଂଟିବା ସହିତ ସେମାନଙ୍କର ବହୁମୂଲ୍ୟ ମତାମତ ମଧ୍ୟ ପ୍ରଦାନ କରିଛନ୍ତି । ଆମର ଦୃଢ଼ ବିଶ୍ୱାସ ଯେ ଏହି ମତାମତ ଆଧାରରେ ଆମେ ଆଗକୁ ଯାଇ ଆମ ପରିଚାଳନା ପଦ୍ଧତିରେ ଆହୁରି ସୁଧାର ଆଣିପାରିବୁ ।”ବର୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୬୨୪ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ୧୦୮ ଜନନୀ ଆମ୍ବୁଲାନ୍ସ ଏବଂ ୬ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଏପର୍ଯ୍ୟନ୍ତ ସାରା ରାଜ୍ୟରେ ମୋଟ ୮୫୨୧୦୪୯ ଜଣ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଥିବାବେଳେ ସମୁଦାୟ ୫୦୦୦ ଲୋକ ୧୦୮ ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ସମୁଦାୟ ୨୩ଟି ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ ରହିଥିବାବେଳେ ତନ୍ମଧ୍ୟରୁ ୧୫ଟି ୧୦୮ ଆମ୍ବୁଲାନ୍ସ ଏବଂ ୮ଟି ଜନନୀ ଆମ୍ବୁଲାନ୍ସ ରହିଛି । ତେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା କିଭଳି ଭାବେ କାର୍ଯ୍ୟ କରୁଛି ଏବଂ ଲୋକମାନେ ଏହି ସେବା ଦ୍ୱାରା କେତେ ସନ୍ତୁଷ୍ଟ ଅଛନ୍ତି ସେ ସମ୍ପର୍କରେ ଏହାର ଉପଭୋକ୍ତାଙ୍କ ଠାରୁ ସିଧାସଳଖ ମତାମତ ଗ୍ରହଣ କରିବା ଯାହାଦ୍ୱାରା ଏହି ସେବାକୁ ଆହୁରି ଉନ୍ନତ କରାଯାଇପାରିବ । Categories: ଓଡ଼ିଶା, କନ୍ଧମାଳ, ମହାନଗର, ହୋମ୍ Related Content ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ by Proprietor Abhimanyu Maharana August 11, 2026 ସରକାରୀ ଉଚ୍ଚ ବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ by Proprietor Abhimanyu Maharana August 11, 2026 ରଣପୁର ଏନଏସି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 10, 2026 ଆଷାଢ ସାହିତ୍ୟ ସଂସଦର ୩୫ ତମ ବର୍ଷା ଆସର,କବିତା ପାଠୋତ୍ସବ, ପୂଜ୍ୟପୂଜା,ଆଲୋଚନା ଚକ୍ର ଓ ସଂବର୍ଦ୍ଧନା ସଭା by Proprietor Abhimanyu Maharana August 10, 2026 ବାଲିଗୁଡା ରେ ବିଶ୍ୱ ଆଦିବାସୀ ଦିବସ ପାଳିତ by Proprietor Abhimanyu Maharana August 10, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ by Proprietor Abhimanyu Maharana August 10, 2026