ଆମଣ ପଡାରେ ପାନୀୟ ଜଳ ପ୍ରକଳ୍ପ ଟାଙ୍କିର ଭିତିପ୍ରସ୍ତର

୧୪ ଡିସେମ୍ବର ବୁଧବାର ( ଓଡିଶା ତାଜା ନିୟୁଜ ) କଟକରୁ ଆମ ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ,କଟକ :- ରାଜ୍ୟର ପ୍ରତ୍ୟେକ ଜନ ସଧାରଣଙ୍କୁ ସ୍ୱଛ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ରହିଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି, କଟକ ସଦର ବ୍ଲକ ଆମଣ ପଞ୍ଚାୟତର ଆମଣପଡା ଠାରେ, ୬୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ପଚାଷ ହଜାର ବିଶିଷ୍ଟ , ପାନୀୟ ଜଳ ଓଭର ହେଡ଼ ଟାଙ୍କି ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ , ସରପଞ୍ଚ ମାନସୀ ପୃଷ୍ଟି, ଯୋନ-୪ ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ଆମଣପଞ୍ଚାୟତ ବିଜେଡି ସଭାପତି ବିପ୍ର ଚରଣ ଭୋଳ, ପୂର୍ବତନ ସଦର ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା, କଟକ ସଦର ବ୍ଲକ ବିଜେଡି ମହିଳା ସଭାପତି ସୁଭାଶିନୀ ସେଠୀ, ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ପୃଷ୍ଟି , ମହେନ୍ଦ୍ର ବେହେରା, ପ୍ରମୁଖ ଯୋଗଦେଇ ଥିଲେ ।

Exit mobile version