୧୪ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବୈଦ୍ୟୁତିକ ବିଭାଗ,ଦ୍ଵାରା ୮ ଡିସେମ୍ବର ୨୦୨୨ ରୁ ୧୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ “ଶକ୍ତି ସଂରକ୍ଷଣ ସପ୍ତାହ” ପାଳନ କରାଯାଉଛି ।ଏହି ଅବସର ରେ,ଶକ୍ତି ସଂରକ୍ଷଣର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ,ଖୋର୍ଦ୍ଧାରୋଡ଼ ମଣ୍ଡଳର ପ୍ରମୁଖ ରେଳ ଷ୍ଟେସନ ଏବଂ କାର୍ଯ୍ୟାଳୟ ଗୁଡ଼ିକରେ ପୋଷ୍ଟର ପ୍ରଦର୍ଶନ କରି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଶକ୍ତି ସଂରକ୍ଷଣର ମହତ୍ତ୍ଵ ବିଷୟରେ କର୍ମଚାରୀ,ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ଶକ୍ତି ସଂରକ୍ଷଣ ସପ୍ତାହର ଏକ ଅଂଶ ଭାବରେ,୧୪ ଡିସେମ୍ବର ୨୦୨୨ରେ “ଜାତୀୟ ଶକ୍ତି ସଂରକ୍ଷଣ ଦିବସ”ପାଳନ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧାରୋଡ଼ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର ଏବଂ ବରିଷ୍ଠ ମଣ୍ଡଳ ବିଦ୍ୟୁତ ଇଞ୍ଜିନିୟର(ସାଧାରଣ) ଶ୍ରୀ ଏସ଼ କେ ରାଉତ,ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ଶକ୍ତି ସଂରକ୍ଷଣ ଟିପ୍ସ” ଧାରଣ କରିଥିବା ଏକ ବ୍ରୋଚର ପ୍ରକାଶ କରିଥିଲେ । ଏହି ଅବସରରେ କର୍ମଚାରୀମାନଙ୍କୁ ଶକ୍ତିର ମହତ୍ତ୍ଵ ତଥା ଶକ୍ତି ସଞ୍ଚୟ ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ, ଟ୍ରାଫିକ୍ କଲୋନୀ ସ୍ଥିତ ଇଲେକ୍ଟ୍ରିକାଲ ବ୍ରେକ ଡାଉନ୍ କାର୍ଯ୍ୟାଳୟରେ ଶ୍ରୀ ରୋବିନ୍ କୁମାର ପଣ୍ଡା ସହାୟକ ମଣ୍ଡଳ ବିଦ୍ୟୁତ ଇଞ୍ଜିନିୟରଙ୍କ ଦ୍ଵାରା ଏକ ସେମିନାର୍ ଆୟୋଜିତ କରାଯାଇଥିଲା । କର୍ମଚାରୀମାନଙ୍କୁ ଶକ୍ତି ସଂରକ୍ଷଣ ଟିପ୍ସ ଅନୁସରଣ କରିବାକୁ ଏବଂ ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ରେଳ ବ୍ୟବହାରକାରୀଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଥିଲା । ସେମିନାରରେ ସେକ୍ସନ୍ ଇଞ୍ଜିନିୟର୍ସ,ଜୁନିୟର ଇଞ୍ଜିନିୟର୍ସ ଏବଂ ଇଲେକ୍ଟ୍ରିକାଲ୍ (ଜେନେରାଲ୍) ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।
