ଓଁ ବେଦେଭ୍ୟୋ ନମଃ ବେଦେଷୁ ପୁରୁଷ ସୂକ୍ତଂ । ପୁରାଣେଷୁ ଚ ବୈଷ୍ଣ୍ବଂ ।
ଭାରତେ ଭଗବତ୍-ଗୀତା । ତ୍ରୟଂ ତ୍ରୈଲୋକ୍ୟେ ଦୁର୍ଲ୍ଲଭମ୍ ।
୧୩ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ରଣପୁର :- ଅଖିଳ ବେଦ ଶାସ୍ତ୍ର ହିଁ ଧର୍ମର ମୂଳ । ମନୁ ମହର୍ଷି କହନ୍ତି , ବେଦୋଽଖିଳଂ ଧର୍ମ ମୂଳମ୍ । ବେଦ, ଧର୍ମଶାସ୍ତ୍ର , ସଦାଚାର ଓ ଆତ୍ମାର ପ୍ରସନ୍ନତା ଏହି ଚାରୋଟି ଧର୍ମର ସାକ୍ଷାତ ଲକ୍ଷଣ ଅଟନ୍ତି । ସେହି ବୈଦିକ ଜ୍ଞାନ ସକଳ ଜ୍ଞାନର ଶିରୋମଣି । ଏହି ଭାରତ ବର୍ଷରେ ଯେଉଁ ଅଗ୍ରଜନ୍ମା ମହାପୁରୁଷ ମାନେ ଜନ୍ମ ନେଇଛନ୍ତି ସେମାନଙ୍କ ଠାରୁ ବେଦ ଜ୍ଞାନର ସ୍ଫୁରଣ ହୋଇଅଛି, ଯାହାକୁ ସମସ୍ତ ବିଶ୍ୱବାସୀ ଶିକ୍ଷା ଲାଭ କରିବେ । ଏ କଥା ହିଁ ଧ୍ରୁବ ଅଟେ । ସେହି ବେଦ ଜ୍ଞାନର ଜାଗରଣ ପାଇଁ ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବେଦ ସଂସ୍କୃତ ଶିକ୍ଷା ବୋର୍ଡ , ଉଜ୍ଜୟିନୀ , ଭାରତ ସରକାରଙ୍କ ଶିକ୍ଷା ବିଭାଗ, ସହାୟତାରେ ରଣପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ SOVA (ଶୋଭା) ତଥା କୃଷ୍ଣ ଦ୍ୱୈପାୟନ ବେଦ ପାଠଶାଳା ଦ୍ୱାରା ବେଦ ଜ୍ଞାନ ସପ୍ତାହ ଆସନ୍ତା ପୌଷ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ବୁଧବାର ତା ୧୪.୧୨.୨୦୨୨ ରିଖ ଠାରୁ ପୌଷ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି ମଙ୍ଗଳବାର ତା ୨୦.୧୨.୨୦୨୨ରିଖ ପର୍ଯ୍ୟନ୍ତ ପାଳନ କରିବାକୁ ଯାଉଛି । ସେହି ଅଧ୍ୟାତ୍ମ ଜ୍ଞାନ ସମୁଦ୍ରରେ ଅବଗାହନ କରି ଆପଣ ନିଜକୁ ଧନ୍ୟ କରିବାର ସୁଯୋଗ ଲାଭ କରିବାକୁ ଅନୁଷ୍ଠାନ ତରଫରୁ ସବିନୟ ଅନୁରୋଧ କରୁଅଛୁ ।
ଆପଣଙ୍କ ଅପେକ୍ଷାରେ ପରିଚାଳନା ସମିତି SOVA (ଶୋଭା) ଓ କୃଷ୍ଣ ଦ୍ୱୈପାୟନ ବେଦ ପାଠଶାଳା
