Home ଓଡ଼ିଶା ଆସନ୍ତା ୧୮ତାରିଖରୁ ୭୮ତମ ଅଲ୍ ଇଣ୍ଡିଆ ରେଲୱେ ଫୁଟବଲ୍ ଚମ୍ପିୟାନସିପ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୩ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍, ଖୋର୍ଦ୍ଧାରୋଡ଼, ଦ୍ଵାରା ୭୮ ତମ ଅଲ ଇଣ୍ଡିଆ ରେଲୱେ ଫୁଟବଲ୍ ଚାମ୍ପିଅନସିପ୍ ୨୦୨୨-୨୩ ନକ୍ ଆଉଟ୍ ଫେଜ୍,ଆୟୋଜନ ହେବାକୁ ଯାଉଛି । ଏହି ଟୁର୍ନାମେଣ୍ଟ ୧୮ ଡିସେମ୍ବରରୁ ଆରମ୍ଭ ହୋଇ ୨୩ ଡିସେମ୍ବର ୨୦୨୨ରେ ଶେଷ ହେବ | ଏହି ଟୁର୍ଣ୍ଣାମେଣ୍ଟରେ ଅଲ ଇଣ୍ଡିଆ ରେଳବାଇର ୮ ଟି ଦଳ ଅଂଶଗ୍ରହଣ କରିବେ | ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଲୱେ ଷ୍ଟାଡିୟମରେ ଅଲ ଇଣ୍ଡିଆ ରେଳ ଫୁଟବଲ ଚାମ୍ପିୟନଶିପ୍ର ନକ୍ ଆଉଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ | ଏହି ଟୁର୍ଣ୍ଣାମେଣ୍ଟରେ ଅଲ ଇଣ୍ଡିଆ ରେଳବାଇର ଆଠଟି ଦଳ ଅଂଶଗ୍ରହଣ କରିବେ । ସେଗୁଡ଼ିକ ହେଉଛି ଦକ୍ଷିଣ ପୂର୍ବ ରେଲୱେ, ଇଷ୍ଟର୍ନ ରେଲୱେ, ଚିତରଞ୍ଜନ ଲୋକୋ ମୋଟିଭ ୱାର୍କସ, ମେଟ୍ରୋ ରେଳ/କୋଲକାତା, ଦକ୍ଷିଣ କେନ୍ଦ୍ରୀୟ ରେଲୱେ, ନର୍ଥ ଫର୍ଣ୍ଟ୍ରିଅର ରେଲୱେ, ରେଳ କୋଚ କାରଖାନା/କାପୁରତାଲା ଏବଂ ପଶ୍ଚିମ ରେଲୱେ | ପ୍ରତିଦିନ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ, ଗୋଟିଏ ସକାଳ ୮ ଟାରେ ଏବଂ ଅନ୍ୟଟି ଅପରାହ୍ନ ୨ ଟାରେ | ୭୮ତମ ଅଲ୍ ଇଣ୍ଡିଆ ରେଳ ଫୁଟବଲ୍ ଚାମ୍ପିଅନସିପ୍ ର ନକ୍ ଆଉଟ୍ ଫେଜ୍ ପୂର୍ବରୁ, ଡିସେମ୍ବର ୨୦୨୨ର ପ୍ରଥମ ସପ୍ତାହରେ ଇଷ୍ଟର୍ନ ରେଲୱେ/କୋଲକାତା ଏବଂ ସି ଏଲ୍ ଡବ୍ଲୁ/ ଚିତ୍ତରଂଜନ ଠାରେ ଭାରତୀୟ ରେଳବାଇର ୨୫ ଟିମ ମଧ୍ୟରେ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା .କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼,ଏଚ୍ ବି ବିଶ୍ଵାଳଙ୍କ ନେତୃତ୍ୱରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ୍ ପାଇଁ ବିସ୍ତୃତ ବ୍ୟବସ୍ଥା କରିଅଛି । ସମସ୍ତ ମ୍ୟାଚ୍ କ୍ରୀଡା ସଚିବ ଏମ । ଜାକିରୁଦ୍ଦିନ ତଥା ତାଙ୍କ ସହଯୋଗୀଙ୍କ ସମନ୍ୱୟରେ ଅନୁଷ୍ଠିତ ହେବ । Categories: ଓଡ଼ିଶା, କ୍ରୀଡ଼ା, ଖୋର୍ଦ୍ଧା, ହୋମ୍ Related Content ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର by Proprietor Abhimanyu Maharana September 11, 2026