ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ

୧୩ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ଆଞ୍ଚଳିକ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ବ୍ଲକ୍ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୃଖ୍ୟ ଅତିଥି ଭାବେ ପଡ଼ିଆ ସମିତି ଅଧ୍ୟକ୍ଷା ଶ୍ରୀମତୀ ଯମୁନା ମୁସାକି ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି, ମୃଖ୍ୟବକ୍ତା ଭାବେ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ଏଵିଇଓ ଏସ୍ ସତ୍ୟନାରାୟଣ, ପଡ଼ିଆ ସାଂସଦ ପ୍ରତିନିଧି ସି ଏଚ ରେଵିଡ କୁମାର,

ବିଧାୟକ ପ୍ରତିନିଧି କୋଟାମ ବାଲାୟା, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ଏସ୍ ଏସ୍ ଡି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ରା କଵାସୀ, ଶିକ୍ଷକ ସଂଘର ସଭାପତି ତୋକାଲ ଵିଚେମ୍ ଓ ଵିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ତିନିବର୍ଷ ହେଲା କୋରନା ସଂକ୍ରମଣ ଯୋଗୁଁ ବ୍ଳକ୍ ସ୍ତରୀୟ କ୍ରୀଡ଼ା ଉତ୍ସବ ହେଉନଥିଲା । ଆଜି କ୍ରୀଡ଼ା ପ୍ରେମି ମାନଙ୍କର ଖୁସିର ଲହରୀ ଖେଳିଯାଇଛି । ଏହି ବାର୍ଷିକ କ୍ରୀଡ଼ା ଉତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Exit mobile version