ଆର,ଉଦୟଗିରି ପଞ୍ଚାୟତ ଗ୍ରାମସଭା

୧୩ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ଆରଉଦୟଗିର :- ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମ ପଞ୍ଚାୟତର ଗ୍ରାସଭା ସୋମବାର ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ଜାମେସ ରାଇକାଙ୍କ ଅଧ୍ୟକ୍ଷାତା କରାଥିଲେ । ମୁଖ୍ୟଅତିଥି ବିଡିଓ ଲାରିମନ ଖର୍ସେଲ ଯୋଗଦେଇ ପଞ୍ଚାୟତବାସୀଙ୍କ ଜୀବିକାରେ ଉନ୍ନତି, ସୁସ୍ଥ ଗ୍ରାମ, ଶିଶୁଶ୍ରମିକ ମୁକ୍ତ, ଆଥିକ ଓ ରୋଜଗାର ସମ୍ପନ୍ନ ପଞ୍ଚାୟତ ଗଢିବା ନେଇ ଗୁରୁତ୍ବରୋପ କରିଥିଲେ । ଗ୍ରାମସଭାରେ ବିଲେଇକୂଅ, କଞ୍ଜେଇକୋଣ, ଆରତୀସାହି, ଆର,ଉଦୟଗିରି , ରୁମୁଣ୍ଡା, ବୃଦ୍ଧିଶୀଳ, କଲମ୍ବାସିଙ୍ଗ,ପାତ୍ରଖମାର, ପ୍ରଭୃତି ଅଞ୍ଚଳର ଓ୍ବାର୍ଡବାସିନ୍ଦା ଯୋଗ ଦେଇଥିଲେ । ଏଥିସହ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଲାଇନ୍ ବିଭାଗର ଅଧିକାରୀ ଯୋଗଦେଇ ପଞ୍ଚାୟତର ଉନ୍ନୟନ ପାଇଁ ଯୋଜନାପ୍ରସ୍ତୁତି କରିଥିଲେ । ଏହି ଗ୍ରାମସଭାରେ ଆସିସାହି ରାସ୍ତା, କାଲିଆପଟା ନାକରେ ସଙ୍କ ନିର୍ମାଣ,ଆର, ଉଦୟଗିରି ଗ୍ରାମରେ ପାନୀୟଜଳ ସମସ୍ୟା ଦୂରିକରଣ ସହ ମନରେଗାରେ କିପରି ଅଧିକରୁ ଅଧିକ କାମ କରି ଅଞ୍ଚଳ ଲୋକଙ୍କୁ ଅଧିକ ରୋଜଗା ଯୋଗାଯାଇପାରିବ ବୋଲି ଆଲୋଚନା ହୋଇଥିଲା । ଏହି ଗ୍ରାମବାସାକୁ ପଞ୍ଚାୟତର ପିଇଓ ପ୍ରଭାକର ପ୍ରଧାନ ପରିଚାନା କରିଥିଲେ ତାଙ୍କୁ ସହଯୋଗ କରିଥିଲେ ଓ୍ବାର୍ଡ ସଭ୍ୟ ଦିପକ ପାଣି ।

Exit mobile version