୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଲକର ସୋମବାର ବେତାରସିଂ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟମୃଖି ପ୍ରାଶାସନଙ୍କ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଅନୁଷ୍ଟିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଜିଲ୍ଲା ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରୀ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ବାମଦେବ ସିଂ, ଆର,ଉଦୟଗିରି ଏସ୍ଡିପିଓ ଦିଲ୍ଲୀପି କୁମାର ନାୟକ, 
ବିଡିଓ ଲାବଲେନ୍ଦୁ ମହାନ୍ତି, ବ୍ଲକ ଅଧ୍ୟକ୍ଷା ମାଳତି ପ୍ରଧାନ ,ଉପାଧ୍ୟକ୍ଷ ନିହିମିୟା ରଇତଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣିରେ ପୁଟୁପଡା, ଟାଙ୍ଗିଲି, ବେତାରସିଂ ଓ ଆତରସିଂ ପଞ୍ଚାୟତକୁ ନେଇ ଅନୁଷ୍ଟିତ ହୋଇଥିଲା । ଏଥିରେ ଏହି ୪ଟି ପଞ୍ଚାୟତରୁ ମୋଟ ୭୬ଟି ଅଭିଯୋଗ ମଧ୍ୟରୁ ୬୩ଟି ଗୋଷ୍ଠୀଗତ ଅଭିଯୋଗ ଥିବା ବେଳେ ବ୍ୟକ୍ତିଗତ ୧୩ଟି ଅଭିଯୋଗ ଥିଲା । ଆଜି ଅଭିଯୋଗ ଶୁଣାଣିରେ ଗ୍ରାମ ସମସ୍ୟାରେ ମୁଖ୍ୟତଃ ମୋବାଇଲି ନେଟ୍ଓ୍ବାର୍କ,ରୋଗିଙ୍କୁ ଚିକିତ୍ସା ସହାୟତା ଓ ପାନୀୟଜଳ ସମସ୍ୟା ନେଇ ଅଭିଯୋଗ ଥିବା ବେଳେ ବ୍ୟକ୍ତିଗତ କଳାକାରଙ୍କୁ ଭତ୍ତା, କୃତ୍ତିମ ଅଙ୍ଗ , ଇନ୍ଦିରା ଆବାସ ଗୃହ ଓ ରାସ୍ତା ନିର୍ମାଣ ଅଭିଯୋଗ ଆସିଥିଲା । ଆସିଥିବା ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବା ଜୀଲ୍ଲାପାଳ ଅଧିକିରୀଙ୍କୁ ନିର୍ଦେଶ ଦେଇଥିଲେ । ସେଠାରେ ହୋଥିବା ସାସ୍କୃତିକ କାର୍ଯ୍ୟକ୍ରର୍ମରେ ଯୋଗ ଦେବା ସହ ବିଭିନ୍ନ ଷ୍ଟଲ ଗୁଡିକୁ ବୁଲି ଦେଇଥିଲେ ।

