ବାଣପୁର ବାର୍ ଆସୋସିଏସନ୍ ମେମ୍ବର ମାନଙ୍କ ତରଫରୁ : ବାଣପୁର ଠାରେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ରାଜ୍ୟ ସ୍ତରୀୟ ସତ୍ୟାଗ୍ରହ ଦିବସ ଅନୁଷ୍ଠିତ ହେଇଥିଲ

୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଚାର ବିଭାଗୀୟ ଅଦାଲତର ବାଣପୁର ବାର୍ ଆସୋସିଏସନ୍ ମେମ୍ବର ମାନଙ୍କ ତରଫରୁ ଆଜି ବାଣପୁର ଠାରେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ରାଜ୍ୟ ସ୍ତରୀୟ ସତ୍ୟାଗ୍ରହ ଦିବସ ଅନୁଷ୍ଠିତ ହେଇଥିଲା।ବାର୍ ଆସୋସିଏସନ୍ ମେମ୍ବର ମାନେ ସମସ୍ତେ କଳା ବ୍ୟାଚ ପରିଧାନ କରି ସତ୍ୟାଗ୍ରହରେ ବସିଥିଲେ।ଫଳରେ ସମସ୍ତ କୋର୍ଟ କାର୍ଯ୍ୟ ଆଜି ପାଇଁ ବନ୍ଦ ରହିଥିଲା।କିଛି ପ୍ରମୁଖ ସମସ୍ୟାକୁ ନେଇ ଉକ୍ତ ସତ୍ୟାଗ୍ରହ ଦିବସ ପାଳନ କରାଯାଇଥିଲା। ଓକିଲ ମାନଙ୍କର ବର୍ତ୍ତମାନ ସମୟରେ ନିଜର ମୌଳିକ ତଥା ସାମ୍ବିଧାନିକ ଅଧିକାର,ଓକିଲ ମାନଙ୍କର ସ୍ୱାଭିମାନ କୁ ଅକ୍ଷୁର୍ଣ୍ଣ ରଖିବା ସଂକ୍ରାନ୍ତରେ ସତ୍ୟାଗ୍ରହ ଦିବସ ରେ ମତପ୍ରକାଶ ପାଇଥିଲା। ବାଣପୁର ବାର୍ ଆସୋସିଏସନ୍ ର ସଭାପତି ଶ୍ରୀ ପ୍ରଭାତ କୁମାର ପଟଯୋଶୀ,ସମ୍ପାଦକ ଜଗନ୍ନାଥ ଭୋଳ,ଉପ ସଭାପତି ପଦ୍ମଜ ପଟ୍ଟନାୟକ,ସହସଂପଦକ ଭାଗିରଥି ନାୟକ, ପୂର୍ବତନ ସଭାପତି ବୃନ୍ଦାବନ ପ୍ରଧାନ,ବରିଷ୍ଠ ଓକିଲ ଶ୍ରୀ ଗୌରୀ ଶଙ୍କର ଷଡ଼ଙ୍ଗୀ ପ୍ରମୁଖ ଉଦବୋଧନ ଦେଇ ଥିଲେ। ଓଡ଼ିଶା ବାର୍ କାଉନସିଲ ର ବର୍ତ୍ତମାନର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଆଡଭୋକେଟ୍ ଜେନେରାଲଙ୍କ ଓକିଲ ବିରୋଧୀ କାର୍ଯ୍ୟକୁ ଏବଂ ଓଡ଼ିଶା ହାଇ କୋର୍ଟର ରେଜିଷ୍ଟ୍ରାରଙ୍କ କାର୍ଯ୍ୟ ତଥା ତାଙ୍କ ଦ୍ଵାରା ଦାଖଲ ହୋଇଥିବା ଏକପାଖିଆ ସତ୍ୟପାଠକୁ ସମ୍ପୁର୍ଣ ବିରୋଧ କରାଯାଇଥିଲା।ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିକଟରେ ଓକିଲ ମାନଙ୍କର ନ୍ୟାର୍ଯ୍ୟ ଦାବିକୁ ସଠିକ୍ ଭାବେ ଉତ୍ ଥାପନ କରାଯିବା , ଓକିଲ ମାନଙ୍କର ନ୍ୟାର୍ଯ୍ୟ ଦାବି ପତ୍ରକୁ ମାନ୍ୟବର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଓ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ। ଓକିଲ ମାନଙ୍କର ନ୍ୟାର୍ଯ୍ୟ ଦାବିକୁ ନେଇ ଯଦି ସେମାନଙ୍କର ଲାଇସେନ୍ସ ରଦ୍ଦ କରାଯାଏ, ତେବେ ସମସ୍ତ ଲାଇସେନ୍ସ ସରେଣ୍ଡର କରାଯିବ। ଓଡ଼ିଶା ହାଇ କୋର୍ଟ କୁ କଟକ ରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ତଥା ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ତ୍ବରାନ୍ବିତ କରିବାକୁ ଉକ୍ତ ସତ୍ୟାଗ୍ରହ ଦିବସ ପାଳନ ଅବସରରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

 

 

Exit mobile version