Home ଓଡ଼ିଶା ବରଗଡ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ବରଗଡ :- ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ବରଗଡ ଜିଲ୍ଲା ଶାଖା ପକ୍ଷରୁ ଆଜି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ,ବରଗଡ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜି ଙ୍କ ଜରିଆରେ ୫ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସମସ୍ତ କର୍ମଚାରୀ ବରଗଡ ପୁରୁଣା ମୁଖ୍ୟ ଚିକିତ୍ସାଳୟ ରୁ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ମାନ ଦେଇ ସହର ପରିକ୍ରମା କରିବା ସହ ବରଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ପ୍ରମୁଖ ଦାବୀ ମଧ୍ୟରେ୧-ସ୍ୱାସ୍ଥ୍ୟକର୍ମୀ ମାନଙ୍କ କେଡର୍ ପୁନଃ ଗଠନ, ୨.୩.୧୧.୨୦୨୦ ରେ ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ୟାହାର,୩-୨୦୦୪ ରୁ ୨୦୧୩ ମଧ୍ୟରେ ଠିକା ଚାକିରି କରୁଥିବା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ମୂଳ ଚାକିରି ରେ ଗଣନା କରି ୬ ଟି ଇନକ୍ରିମେଣ୍ଟ ପ୍ରଦାନ,୪-ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପଦବୀ ର ନାମ ପରିବର୍ତ୍ତନ,୫-ପୋଷାକ ଭତ୍ତା ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ ଆଦି ରହିଛି । ରାଜ୍ୟ ସରକାର ସଂଘ ର ଦାବି ପ୍ରତି ବିଚାର ନକଲେ ତେବେ ଆସନ୍ତା ୧୪ ତାରିଖ ଠାରୁ କର୍ମୀ ମାନେ ନିୟମିତ କାର୍ଯ୍ୟ କରିବେ ହେଲେ କୈାଣସି ପ୍ରକାରର ରିପୋର୍ଟ ପ୍ରଦାନ କରାବେ ନାହିଁ ଏବଂ ଆସନ୍ତା ୨୧ ତାରିଖ ରୁ ସମ୍ପୁର୍ଣ୍ଣ କାର୍ଯ୍ୟବନ୍ଦ କରିଯିବ ବୋଲି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ବରଗଡ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ,ବିଗତ ଦିନ ମାନଙ୍କରେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ତଥା ବରଗଡ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ମଧ୍ୟ ଏହି ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ର ରାଜ୍ୟ ଓଡ଼ିଶା ସରକାର ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ by Proprietor Abhimanyu Maharana September 18, 2026 ଯାତ୍ରୀବାହୀ ବେଲୁନ ବସ୍ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ by Proprietor Abhimanyu Maharana September 18, 2026 ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି by Proprietor Abhimanyu Maharana September 18, 2026 ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ by Proprietor Abhimanyu Maharana September 18, 2026 ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର by Proprietor Abhimanyu Maharana September 18, 2026 ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ by Proprietor Abhimanyu Maharana September 18, 2026