Home ଓଡ଼ିଶା ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କଲା ଜନଶକ୍ତି ଉଚ ବିଦ୍ୟାଳୟ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ସୁବର୍ଣ୍ଣ ଜୟନ୍ତୀର ଉଦଯାପନୀ ଦିବସ ୧୨ ଡିସେମ୍ବର ସୋମବାର (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ /ନୟାଗଡ଼ :- ନୂଆଗାଁ ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ତିନିଦିନ ଧରି ଚାଲିଥିଲା ସୁବର୍ଣ୍ଣ ଜୟନ୍ତୀ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମର କାର୍ଯ୍ୟକ୍ରମରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟସହ ଯୋଡିବା ଗୁଣାତ୍ମକ ଶିକ୍ଷାର ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିଜ ସ୍କୁଲ ଜୀବନ ଓ ରାଜ୍ୟ ସରକାରଙ୍କ ଶିକ୍ଷା ଉପରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ, ଅନ୍ୟତମ ସମ୍ମାନୀତ ଅତିଥି ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ ୫ଟି ଆନୁକୁଲ୍ୟରେ ଏହି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ପୁରାତନ ଛାତ୍ରମାନଙ୍କ ପ୍ରତ୍ୟେକ୍ଷ ସହଯୋଗରେ ସମଗ୍ର ବ୍ଳକରେ ଶ୍ରେଷ୍ଠ ହୋଇଛି ଯାହାକି ଅନ୍ୟ କେଉଁଠି ହୋଇପାରିନାହିଁ । କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ବରିଷ୍ଠ ପ୍ରାଧ୍ୟାପକ ଡଃ.ପବିତ୍ର କୁମାର ସୁବୁଦ୍ଧିଙ୍କ ଓଜସ୍ଵିନୀ ବକ୍ତବ୍ୟ ସଭାସ୍ଥଳକୁ ମନ୍ତ୍ରମୁଗ୍ଧ କରିଥିଲା । ମାନବ ଜୀବନରେ ଦୃଢ ଇଚ୍ଛାଶକ୍ତି ଓ ସଂକଳ୍ପ ପୃଥିବୀର ସବୁ ଅସମ୍ଭବକୁ କିପରି ସମ୍ଭବ କରିପାରେ, ଏହାକୁ ଇତିହାସ ପୃଷ୍ଠାରୁ କତେକ ଉଦାହରଣ ମାଧ୍ୟମରେ କହିଥିଲେ । ପୁରାତନ ଛାତ୍ର ତଥା ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଶତପଥୀ ସଭାପତିତ୍ବ କରିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ସୁବର୍ଣ୍ଣ ଜୟନ୍ତୀ ସମ୍ପାଦକ ପ୍ରଶାନ୍ତ କୁମାର ଶତପଥି ଧନ୍ୟବାଦ ଦେଇଥିଲେ I ବିଶିଷ୍ଟ ଗୀତିକାର ଗୋଦାବରୀଶ ମିଶ୍ରଙ୍କ ରଚିତ ଜନଶକ୍ତି ବନ୍ଦନା, ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା । ନୃତ୍ୟଧାମ୍, ଭୁବନେଶ୍ବର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ଯରେ ଝୁମିଥିଲେ ଦର୍ଶକ । ପୁରାତନ ଶିକ୍ଷକ, ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପ୍ରତି ଅବଦାନଥିବା ବ୍ୟକ୍ତିବିଶେଷ, ଆଲୁମିନି ସଦସ୍ୟ, ବିଦ୍ୟାଳୟ କମିଟି,ମୋ ସ୍କୁଲ୍ କମିଟି, କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଲାଭକରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜି ଦିନ ତମାମ ଛାତ୍ରଛାତ୍ରୀଙ୍କ ନୃତ୍ଯ ଗୀତରେ ଭରପୁରଥିଲା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଗୀତିନାଟ୍ୟ ଜୟଦରଥ ବଦ୍ଧ ମଞ୍ଚସ୍ଥ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ପ୍ରାୟ ତିନି ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଓ ବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ବହୁ ଦୂର ଦୂରାନ୍ତରୁ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଦୁର୍ଗାପୂଜାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ‘ଶକ୍ତି ସୁରକ୍ଷା’ ଅଭିଯାନ ପାର୍ବଣର ଆନନ୍ଦ, ସୁରକ୍ଷାର ସଂକଳ୍ପ by Proprietor Abhimanyu Maharana October 18, 2026 ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ by Proprietor Abhimanyu Maharana October 18, 2026 ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ by Proprietor Abhimanyu Maharana October 18, 2026 BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026 ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା by Proprietor Abhimanyu Maharana October 18, 2026