Home ଓଡ଼ିଶା ଶୈଳେନ୍ଦ୍ର ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ପରିଶେଷରେ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି। ସୈଳେନ୍ଦ୍ର ହତ୍ୟାକାଣ୍ଡ ର ହୋଇଛି ପର୍ଦାଫାସ।ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ନିକଟସ୍ଥ ପାଟୁଳି ସାହି ଗ୍ରାମରେ ସୈଳେନ୍ଦ୍ର ଙ୍କୁ ହତ୍ୟା କରାଯାଇଥିବା ନେଇ ନୂଆଗାଁ ପୁଲିସ ୨୦୨ /୨୨ ରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ସୁନିତା ସାହୁ କୁ ଗିରଫ କରିଛି ।ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପାଟକୁରାର ସୈଳେନ୍ଦ୍ର ଜେନା (୪୦)କଟକ ଲାଲବାଗ ଥାନା ଅର୍ନ୍ତଗତ ସତୀ ଚଉରା ମହାନ୍ତି ପଡ଼ା ଲେନ୍ ରେ ଘରଭଡ଼ା ନେଇ ରହୁଥିଲେ।କଟକ ଝାଞ୍ଜିରମଙ୍କଲାରେ ନୂଆଗାଁ ବ୍ଲକ୍ ମହିପୁର ପାଟୁଳି ସାହି ଗ୍ରାମର ଦିପୁ ଓ ତାର ସ୍ତ୍ରୀ ସୁନିତା ସାହୁ ରହି ଦହିବରା ବ୍ୟବସାୟ କରୁଥିଲେ।ସେଠାରେ ସୈଳେନ୍ଦ୍ର ଙ୍କ ସହ ଦିପୁର ବନ୍ଧୁତା ହେବା ପରେ ଦିପୁ ଘରକୁ ସୈଳେନ୍ଦ୍ର ର ଯିବା ଆସିବା ଲାଗିରହିଥିଲା। ଏହି ଯିବା ଆସିବା ମଧ୍ୟରେ ଦିପୁ ସ୍ତ୍ରୀ ସୁନିତା ସହ ସୈଳେନ୍ଦ୍ର ଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା।ଦିପୁ ଏ ସମ୍ପର୍କରେ ଜାଣିବା ପରେ କିଛିଦିନ ହେଲା ପରିବାର ସହ କଟକରୁ ଆସି ଗାଁ ରେ ରହୁଥିଲା।ଗତ ୩ ତାରିଖରେ ସୈଲେନ୍ଦ୍ର ତାର ସାଙ୍ଗ ଜୟପ୍ରକାଶ ସହ ମହିପୁର ପାଟୁଳି ସାହି ସୁନିତା ଘର କୁ ଆସିଥିଲେ। ଜୟପ୍ରକାଶ କିଛି ଦୂରରେ ରହି ସୈଳେନ୍ଦ୍ର କୁ ଅପେକ୍ଷା କରିଥିଲେ ମଧ୍ୟ ସୈଳେନ୍ଦ୍ର ଫେରାଇନଥିବା ସହ ତାର ଫୋନ୍ ବନ୍ଦ ଥିଲା ।କୌଣସି ଅଘଟଣ ଘଟିଥିବା ଆଶା କରି ଜୟପ୍ରକାଶ କଟକ ଯାଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।ଏହି ଘଟଣା ସଂପର୍କରେ ଶୈଲେନ୍ଦ୍ର ର ସ୍ତ୍ରୀ ସଂଘ ମିତ୍ରା କଟକ ଲାଲ୍ ବାଗ ଥାନାରେ ଅଭିଯୋଗ କରିବା ପରେ ଲାଲବାଗ ଥାନା ପୁଲିସ ମହିପୁର ଆସି ଘଟଣା ସମ୍ପର୍କରେ ତନାଘନା କରିବା ପରେ ସୈଳେନ୍ଦ୍ର କୁ ହତ୍ୟାକରିଥିବା ଜାଣିବାକୁ ପାଇଥିଲେ।ଏନେଇ ସଂଘମିତ୍ରା ନୂଆଗାଁ ଥାନାରେ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିବା ପରେ ନୂଆଗାଁ ପୁଲିସ ସୁରେଶ ଓ ସୁନୀତା କୁ ଥାନା କୁ ଆଣି ପଚରାଉଚରା କରିବା ପରେ ହତ୍ୟା କରିଥିବା ମାନିଥିଲେ।ସୁରେଶ ଓ ସୁନିତା କୁ ନୂଆଗାଁ ପୁଲିସ ପାଟୁଳି ସାହି ତାଙ୍କ ଘରକୁ ଆଣିଥିଲେ।ସେଠାରେ ଅଭିଯୁକ୍ତ କିପରି ହତ୍ୟା କରିଥିଲେ ଡେମୋ ଦେଖାଇଥିଲେ।ପ୍ରଥମେ ଲୁହାରଡ ରେ ପିଟି ସୈଳେନ୍ଦ୍ର କୁ ପିଟି ପିଟି ମାରିଦେବା ପରେ ଏକ ଅଖାରେ ପୁରାଇ କିଛିଦୂର ସୈଳେନ୍ଦ୍ର ର ଶବକୁ ନେଇ ଏକ ବିଲରେ ଶବକୁ ପାଳ ଗଦା ରେ ନିଆଁ ଲଗାଇ ପୋଡି ଦେଇଥିଲେ।ପୋଡ଼ି ନଥିବା ଶରୀରର ଅବଶିଷ୍ଟ ଅଂଶକୁ ନେଇ ପୋଖରୀରେ ପକାଇଥିଲେ। ଏହାର ଡେମୋ ଗ୍ୟାରେଜ ମାଲିକ ସୁରେଶ ଓ ସୁନିତା ଦେଖାଇଥିଲେ।ଆଜି ଘଟଣାସ୍ଥଳରେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପାହି, ଡି ଏସ ପି ତପସ୍ଵିନୀ କହଁର,ସି ଡି ପି ଓ ଶୁଭେନ୍ଦୁ ସିଂହା,ନୂଆଗାଁ ଥାନା ଅଧିକାରୀ ପୁଷ୍ପଲତା ବେହେରା ଙ୍କ ସମେତ ସାଇଣ୍ଟି ଫିକ୍ ଟିମ୍ ର ଉପସ୍ଥିତ ରେ ଅଭିଯୁକ୍ତ ଡେମୋ ଦେଖାଇଥିଲେ ।ଘଟଣା ସ୍ଥଳରୁ ଶୈଳେନ୍ଦ୍ର ର ହାଡ଼,ଖପୁରୀ ଉଦ୍ଧାର କରାଯାଇଥିଲା ।ଏହି ଘଟଣା ର ଅନ୍ୟ ଦୁଇଜଣ ଅଭିଯୁକ୍ତ ଦିପୁ ସାହୁ ଓ ତାର ବାପା ଭାବ ସାହୁ ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା ଜଣା ପଡିଛି। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଦୁର୍ଗାପୂଜାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ‘ଶକ୍ତି ସୁରକ୍ଷା’ ଅଭିଯାନ ପାର୍ବଣର ଆନନ୍ଦ, ସୁରକ୍ଷାର ସଂକଳ୍ପ by Proprietor Abhimanyu Maharana October 18, 2026 ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ by Proprietor Abhimanyu Maharana October 18, 2026 ସିଗମା ପବ୍ଲିକ ସ୍କୁଲରେ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ନୃତ୍ୟ by Proprietor Abhimanyu Maharana October 18, 2026 BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026 ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା by Proprietor Abhimanyu Maharana October 18, 2026