ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତରୁ ହୋଇପାରିଲା ନାହିଁ ଆଜି ପରୀକ୍ଷା

୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଫିସ୍ ସାମନାରେ ଥିବା ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତରୁ ହୋଇପାରିଲା ନାହିଁ ଆଜି ପରୀକ୍ଷା । ଆଜି ଠାରୁ ସବୁ ସରକାରୀ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପରୀକ୍ଷା ହେବା ପାଇଁ ତାରିଖ ନିର୍ଦ୍ଧାରଣ ହୋଇଥିବା ବେଳେ ତାର ବ୍ୟତିକ୍ରମ ଦେଖିବାକୁ ମେଳିଚି ଖୋଦ୍ ବ୍ଲକ ଅଫିସ୍ ଠାରୁ ମାତ୍ର 50ମିଟର ଦୂରରେ ଥିବା ବିଦ୍ୟାଳୟ ଠାରେ ।

ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ପ୍ରସାଦ ବେହେରା ଆଜି ବିଦ୍ୟାଳୟକୁ ନ ଆସି ଅନୁପସ୍ଥିତ ରହିବାରୁ ଆଜି ଠାରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ହୋଇପାରିନାହିଁ। ଉକ୍ତ ବିଷୟ କୁ ନେଇ ବିଦ୍ୟାଳୟଶିକ୍ଷା କମିଟି ସଭାପତି ସୁନିଲ ସ୍ଵାଲସିଂ ପହଞ୍ଚି ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପଚାରି ବୁଝିଵାରୁ ଆଜି ପ୍ରଧାନ ଶିକ୍ଷକ ସ୍କୁଲକୁ ଆସି ନାହାନ୍ତି କି ଆଜି ହେବାକୁ ଥିବା ପରୀକ୍ଷାର ପ୍ରଶ୍ନ ପେପର ଦେଇ ନାହାନ୍ତି କି କାହାକୁ ଦାୟିତ୍ଵ ବି ଦେଇନାହାନ୍ତି । ଏହି କଥା ଶୁଣି ସଭାପତି ସ୍ଥାନୀୟ ସରପଞ୍ଚ ସୁଷମା ଶବର ଓ ଏବିଇଓ ଏସ ପାପା ରାଓ ଙ୍କୁ ଜଣାଇଥିଲେ।

ତତ୍କ୍ଷଣାତ ସରପଞ୍ଚ ଓ BEO ଅଫିସ୍ ର ଦୁଇ ଜଣ କର୍ମଚାରୀ ପହଞ୍ଚି ଦେଖିଥିଲେ ଓ ପ୍ରଧାନ ଶିକ୍ଷକ ଜଣକ ନିଜର ଅନୁପସ୍ଥିତ କୁ ନେଇ କୌଣସି ଛୁଟି ଦରଖାସ୍ତ ଦେଇନାହାନ୍ତି କି କାହାକୁ ଅବଗତ କରାଇ ନାହାନ୍ତି ଓ ଆଜି ହେବାକୁ ଥିବା ସାହିତ୍ୟ ପରୀକ୍ଷାର ପ୍ରଶ୍ନ ପେପର ସ୍କୁଲ୍ କୁ ପଠାଇ ନାହାନ୍ତି ତେଣୁ ଆଜିର ହେବାକୁ ଥିବା ସାହିତ୍ୟ ପରୀକ୍ଷା ହୋଇପାରିନାହିଁ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରକାଶ କରିଥିଲେ। ତେବେ ଏନେଇ ସଭାପତି ଉକ୍ତ ପ୍ରଧାନ ଶିକ୍ଷକଙ୍କ ମୋବାଇଲ୍ କୁ ଯୋଗା ଯୋଗ କରିବାରୁ ତାଙ୍କ ମୋବାଇଲ୍ ବନ୍ଦ ଥିବା ଜଣା ପଡିଛି। ଏହି ଘଟଣା କୁ ନେଇ ABEO ଏସ ପାପା ରାଓ ଙ୍କୁ ଆମେ ପଚାରି ବୁଝିବାରୁ ପ୍ରଧାନ ଶିକ୍ଷକ ଙ୍କ ଅନୁପସ୍ଥିତ ଥିବା ଘଟଣା ସ୍କୁଲ ସଭାପତି ଙ୍କ ଠାରୁ ଜାଣିପାରିଛନ୍ତି ଓ ପ୍ରଧାନ ଶିକ୍ଷକ ଜଣକ ଯଦି ଛୁଟିରେ ରହିବେ ମୋତେ ଛୁଟି ଦରଖାସ୍ତ ଦେଇ ଅନୁମତି ନେବାକୁ ପଡ଼ିବ

Exit mobile version