Home ଓଡ଼ିଶା ଅଜଣା ରୋଗରେ ପୁଅ, ଚିକିତ୍ସା ପାଇଁ ଚିନ୍ତାରେ ପରିବାର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଲକର ଖାରିମୁମା ଗ୍ରାମର ୯ ବର୍ଷ ଶିଶୁ ରଞ୍ଜନ ମଳିକ ୪ ବର୍ଷ ହେଲା ରୋଗରେ ସଢୁଛି । ତାକୁ ଯେତେବେଳେ ୫ ବର୍ଷ ହୋଇଥିଲା ମା ଛାଡି ଚାଲିଗଲେ ଆରପାରିକୁ । ବହୁ କଷ୍ଟରେ ୫ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିଲା । କିନ୍ତୁ ଅଜଣା ରୋଗ ଯୋଗୁଁ ଅଧାରୁ ପାଠ ଛାଡିଦେଇଥିଲା । ବାପା କାମଦେବ ମଳିକ ଦିନ ମଜୁରିଆ। ଆଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ପୁଅର ଚିକିତ୍ସା ପାଇଁ ପ୍ରଥମେ ଚେରମୂଳି ଔଷଧ ବ୍ୟବସ୍ଥା କରିଥିଲେ । ଭଲ ନହେବାରୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାରକ୍ତଖାନାକୁ ନେଇଥିଲେ । ସେଠାରେ ତାଙ୍କର ସମସ୍ତ ପ୍ରକାର ପରୀକ୍ଷା କରିଯାଇଥିଲା । ୭ ଦିନ ରହିଲେ କିନ୍ତୁ ଡାକ୍ତର ରୋଗ ନିଣ୍ଣୟ କରିନପାରି ଘରକୁ ପଠାଇଦେଇଦେଲେ । ରଞ୍ଜନ ଗାଁରେ ରହୁଥିବା ନିଜ ପିଇସି ଗେଲି ମଳିକଙ୍କ ଘରେ ରହୁଛନ୍ତି । ତାର ଦୁଇ ଗୋଡ ଅକାମୀ । ଚଳାବୁଲା କରିପାରୁନି । ଘରେ ଝାଡା ପରିତ୍ସା କରୁଛି । ପିଉସୀ ତାର ସମସ୍ତ ସେବା ଯତ୍ନ କରୁଛନ୍ତି । ପାଠ ପଢିବାକୁ ରଞ୍ଜନ ର ପ୍ରବଳ ଇଛାଶକ୍ତି ଅଛି । କିନ୍ତୁ ହୁରାରୋଗରେ ପୀଡିତ ହେବାରୁ ସେ ପାଠପଢାରୁ ବଞ୍ଚିତ । ଯଦି ସରକାରୀ ସ୍ତରରେ ଚିକିତ୍ସା ସହାୟତା ମିଳିଲେ ପୁଅ ଭାଇ ହୁଅନ୍ତା ବୋଲି ବାପା ଆଶା ବାନ୍ଧିଛନ୍ତି । ତାଙ୍କର ୪ଟି ପୁଅ ଓ ଗୋଟିଏ ଝିଅ । ଅପରପକ୍ଷେ କାମଦେବଙ୍କୁ ଦୀର୍ଘବର୍ଷ ତଳେ ମିଳିଥିବା ପ୍ରଧାନମନ୍ତୀ ଆବାସ ଅଧାପନ୍ତରିଆ । ପୁଅର ରୋଗ ସାଙ୍ଗକୁ ଘରର ଆଥିକ ଅବସ୍ଥା ଭଲ ନ ଥିବାରୁ ଘର ସଂପୂଣ୍ଣ କରିପାରି ନଥିବା କହିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର by Proprietor Abhimanyu Maharana October 15, 2026 ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026