
୧୨ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଓଡ଼ିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ କଟକ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଏବଂ ସମ୍ବର୍ଦ୍ଧନା ସଭା , କଟକ ବାଖରାବଦ ସ୍ଥିତ ଗାନ୍ଧୀ ଭବନରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉସ୍ଚବରେ ଅତିଥି ମାନେ ପ୍ରଦୀପ ପ୍ରଜୋଳନ କରି ଉସ୍ଚବକୁ ଉଦଘାଟନ କରିଥିଲେ । ଓଡ଼ିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆର ରାଜ୍ୟ ସଭାପତି ଅମୂଲ୍ୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ, ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାଷ ସିଂ ଯୋଗ ଦେଇଥିଲା ବେଳେ, ପୂର୍ବତନ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟବକ୍ତା, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ,ଚଳଚ୍ଚିତ୍ର ତାରକା ଶ୍ରୀତମ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ ସମାଜରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ , ଜନସାଧାରଣ ଘରେ ବସି ଡିଜିଟାଲ ସୋସିଆଲ ମିଡ଼ିଆ ଜରିଆରେ ଦେଖି ଜାଣି ପାରୁଛନ୍ତି । ଯାହାଫଳରେ ସୋସିଆଲ ମିଡ଼ିଆର ଚାହିଦା ଦିନକୁ ଦିନ ଲୋକପ୍ରିୟ ହୋଇ ପାରୁଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଉସ୍ଚବ ରେ ସମାଜସେବୀ, ଛାତ୍ରଛାତ୍ରୀ, ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

