୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକରେ ଅବସ୍ଥିତ ପ୍ରାକୃତିକ ଶୋଭରେ ପରିପୂଣ୍ଣ ମାଙ୍କଡ ଡିଆ ଜଳପ୍ରପାତ ଦର୍ଶନୀୟ ସ୍ଥାନରେ ବହୁବର୍ଷ ଧରି ବିଭିନ୍ନ ଅବିବିଧାକୁ ତଥା ଯାତାୟାତ ପାଈ ଅସୁବିଧା ଓ ବହୁତ୍ ସମସ୍ୟାରେ ଘେରା ହୋଇଥିବା ଜଳପ୍ରପାତ ଦର୍ଶନୀୟ ସ୍ଥାନକୁ ବିକାଶ ଦିଗରେ ନେବା ପାଇଁ କେବେ କୌଣସି ପଦକ୍ଷେପ ନେଇ ନ ଥିଲେ । କିନ୍ତୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶରେ ଆର. ଉଦୟଗିରି ବ୍ଲକର ବିଡିଓ ଲରିମନ ଖର୍ସେଲ ବିଭିନ୍ନ ଯୋଜନା ଦ୍ବାରା ଉନ୍ନତି ଧରଣର କାର୍ଯ୍ୟ କରିବା ପାଇଁ ଶୁକ୍ରବାର ବ୍ଲକର ସହକାରୀ ନିର୍ବାହୀ ଯନ୍ତୀ ନିଳାଞ୍ଚଳ ମହାପା୍ର, କ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରଣ ବରଶ ,
ସ୍ଥାନୀୟ କନିଷ୍ଠ ଯନ୍ତୀ ବିଷ୍ଣୁ ଚରଣ ମହାନ୍ତି, ଅନ୍ୟ ପଞ୍ଚାୟତ କନିଷ୍ଠ ଯନ୍ତୀ, ପିଇଓ ଓ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ସମସ୍ତ କର୍ମଚାରୀ ପ୍ରମୁଖ ଯାଇ ମାଙ୍କଡ ଡିଆ ଜଳପ୍ରପାତ ଦର୍ଶନୀୟ ସ୍ଥାନର କିପରି ବିକାଶ କାର୍ଯ୍ୟ ହେବ ସମିକ୍ଷା କରିବାକୁ କରିବାକୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ନିର୍ଦେଶ ଦେଇଥିଲେ ସ୍ଥାନୀୟ ବିଡିଓ ଶ୍ରୀ ଖର୍ସେଲଙ୍କୁ । ଜୀଲ୍ଲାପାଳଙ୍କ ଦ୍ବାରା ପଥମ ଥର ପାଇଁ ଏହି ପରି ପଦକ୍ଷେପ ନେବା ଦେବିବାକୁ ମିଳୁଥିବାରୁ ଅଞ୍ଚଳରେ ଜନସାଧାରଣ ଜିଲ୍ଲାପ୍ରଶାସନର ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି ।

