ରାଜସୁନାଖଳା ମହୋତ୍ସବର ଚତୁର୍ଥ ସଂଧ୍ୟା

୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ :- ରାଜ ସୁନାଖଳା ମହୋତ୍ସବ କାଉଁରୀ ୨୦୨୨ ରବିବାର ଚତୁର୍ଥ ସଂଧ୍ୟାରେ ପ୍ରବଳ ଜନସମାଗମ ଥିବା ବେଳେ ବିଭିନ୍ନ ଜିନିଷର ଦୋକାନ, ଦୋଳି, ମୀନା ବଜାର, ଓ ଖାଦ୍ୟ ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଜମିଥିଲା । ରାଜ ସୁନାଖଳା ମହୋତ୍ସବ କମିଟି ଅଧକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ବୋଲଗଡ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ,ମୁଖ୍ୟ ବକ୍ତାଭାବେ ବରିଷ୍ଟ ସାହିତ୍ୟିକ ଅମରେଶ ବିଶ୍ବାଳ, ସମ୍ମାନୀତ ଅତିଥି ଭାବେ ଭୁବନେଶ୍ବର ସାଂସଦଙ୍କ ପ୍ରତିନିଧି ରଘୁନାଥ ଷଡ଼ଙ୍ଗୀ,ବୋଲଗଡ ଏକ୍ସପ୍ରେସ ବ୍ରଜ ବିହାରୀ ସୁବୁଦ୍ଧି,ସାମ୍ୱାଦିକ ବଳରାମ ଲେଙ୍କା,ଶିବରାମ ମହାପାତ୍ର, ଓରମାସ ସହ ନିର୍ବାହୀ ଅଧିକାରୀ ନଟବର ସ୍ୱାଇଁ, ଐ ତିହାସିକ ଦେବୀ ପ୍ରସାଦ ସାମନ୍ତରାୟ,ସମାଜସେବୀ ଦୁର୍ଗା ଚରଣ ଦାଶ,ଶିଶିର ସାହୁ,ରବୀନ୍ଦ୍ର ରାଉତ,ପ୍ରଦୀପ ସାମଲ,ଜଗନ୍ ନାୟକ, ଲଳିତ ମହାପାତ୍ର , ଆଚାର୍ଯ୍ୟ ବି କେ ଓ ବିଶେଷ ଅତିଥି ଭାବେ ଚଳଚ୍ଚିତ୍ର ଜଗତର ସଫଳ ଅଭିନେତ୍ରୀ ଶୀତଲ ଯୋଗଦେଇ ଖୋଲା ମଞ୍ଚରେ ସୁନ୍ଦର ଅଭିନୟ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ପରିଶେଷରେ ମହୋତ୍ସବ କମିଟିର ସମ୍ପାଦକ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅଂଚଳର ବିଭିନ୍ନ ପ୍ରତିଭା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର , ଉତ୍ତରୀୟ ଓ ଫୁଲ ଗୁଚ୍ଛଦେଇ ସମ୍ମାନୀତ କରାଯାଇଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣକୁ ଦର୍ଶକ ମାନେ ଉପଭୋଗ କରିଥିଲେ ।

Exit mobile version