ଶହୀଦ ସୁନାମ ତାମ୍ମା ଦୋରାଙ୍କ ଦ୍ବିତୀୟ ତମ ବାର୍ଷିକ ଉତ୍ସବ

୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ଗ୍ରାମରେ ଥିବା ଶହୀଦ ସୁନାମ ତାମ୍ମା ଦୋରା ଆଦିବାସୀ କ୍ଳବ୍ ତାର ଦ୍ଵିତୀୟ ବାର୍ଷିକ ଉତ୍ସବ-୨୦୨୨ ଆଜି ପାଳନ କରିଛି । ଏବଂ ସହୀଦ ସୁନାମ ତାମ୍ମା ଦୋରାଙ୍କ ପ୍ରତିମୂର୍ତ୍ତି କ୍ଳବ୍ ପରିସରରେ ଉନ୍ମୋଚନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଯୋଗଦେଇ ଥିଲେ । ମୁଖ୍ୟବକ୍ତା ଭାବେ ପଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମାନନ୍ଦ ମହାପାତ୍ର ଏବଂ ସଭାପତି ଭାବେ ପୂର୍ବତନ ସମିତି ଅଧ୍ୟକ୍ଷ ତଥା ଉକ୍ତ କ୍ଳବ୍ ସଭାପତି ଗଙ୍ଗାଧର ସୋଡି ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, କାଲିମେଳା ଜୋନ୍ ୨ର ଜିଲ୍ଲା ପରିଷଦ ସଭ୍ୟ। ମମତା ପଡିଆମି, ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଆଡମା ରାବା, ପୂର୍ବତନ ବିଧାୟକ ମାନସ ମାଡକାମି ଓ ବିଧାୟକ ମୁକୁନ୍ଦ ସୋଡି, କାଲିମେଳା ବ୍ଳକ ଅଧ୍ୟକ୍ଷା ସୁଭାସିନୀ ସୋଡି, କାଳିମେଳା ସରପଞ୍ଚ ପୁର୍ଥୀରାଜ ମାଝୀ, ସାଂସଦ ପ୍ରତିନିଧି ଇ.ଭେଙ୍କଟ ରାଓ, ତହସିଲଦାର ଚଇନୁ ଗଣ୍ଡ, ପୂର୍ବତନ ସମିତି ଅଧ୍ୟକ୍ଷ ମାଲା ମାଡି, ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ଘନଶ୍ୟାମ ମାଡକାମି, ଓଡ଼ିଶା କୋୟା ସମାଜ ସଭାପତି ମୁକୁନ୍ଦ ପଡିଆମି, ସମାଜ ସେବୀ କାମରାଜ କବାସି,ସମିତି ଉପାଧ୍ୟକ୍ଷ ଲକ୍ଷ୍ମୀ ଧର ମାଡକାମି, ଆମ୍ବାଗୁଡା ଗାଁ ମୂଖିଆ ପଦିଆ ମାଡ଼ି, ଆଇନଜିବୀ ଭୁଦେବ ମହାନନ୍ଦିଆ ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକ ପ୍ରତିନିଧି, ବିଭିନ୍ନ ଦଳିୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ସଭାପତି ଗଙ୍ଗାଧର ସୋଡି ସଭା ପରିଚାଳନା କରିଥିବା ବେଳେ ସଂପାଦକ ଦେବା ମାଡକାମି ସଂପାଦକୀୟ ବିବରଣୀ ପାଠ କରିଥିଲେ ସେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version