Home ଓଡ଼ିଶା ନର୍ଲା ବିଧାୟକ ଚାଷୀଙ୍କୁ ଦେଉଛନ୍ତି ମିଥ୍ୟା ପ୍ରତଶୃତି , ଏହାର ଜ୍ୱଳନ୍ତ ଉଦାହରଣ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ନର୍ଲା ବ୍ଲକ ତୁଳାପଡା ପେକ୍ସ ସେରଗଡ ଉପମଣ୍ଡିରେ : ଚାଷୀ ଅସନ୍ତୋଷ ୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- ନର୍ଲା ବ୍ଲକ ତୁଳାପଡା ପେକ୍ସ ସେରଗଡ ଉପମଣ୍ଡିରେ ସରପଂଚ ଓ ସମବାୟ ସମିତି ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ମଣ୍ଡିରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗଣ ତିନି ଦିନ ଧରି ଶୀତ କାକରରେ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ଚାଷୀ ସରପଂଚ ଙ୍କ ଜିଦଖୋର ମନୋବୃତ୍ତି ଯୋଗୁଁ ଧାନ ବିକ୍ରି କରି ପାରୁନଥିବା ଅଭିଯୋଗ ହେଉଛି । ଗତ ଗୁରୁବାର ମଣ୍ଡି ଆରମ୍ଭରୁ ସରପଂଚ ରାହୁଲ୍ ସାହୁ ମଣ୍ଡିରେ ଉପସ୍ଥିତ ରହି ସମବାୟ ସମିତି କର୍ମଚାରୀ ଓ ଆର୍ ଏମ୍ ସି କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ତାଙ୍କ ନିର୍ଦେଶ ମୁତାବକ ଧାନ ବିକ୍ରି କରିବା ପାଇଁ ସମିତି ସଂପାଦକ ଥବିର ରଣା ଓ ଆର୍ ଏମ୍ ସି କର୍ମଚାରୀ ଗୁଣାକାର ନାଗଙ୍କୁ ଦୁର୍ବ୍ୟବହାର କରିବା ସହ ମଣ୍ଡିରେ ବ୍ୟବହୃତ ସମସ୍ତ ସରଞ୍ଜାମ ଫିଙ୍ଗି ଦେଇଥିଲେ ।ଏନେଇ ଗତ ଶୁକ୍ରବାର ମଣ୍ଡି ଅବ୍ୟବସ୍ଥା ନେଇ ସେରଗଡ ଠାରେ ରାଜ୍ୟ ରାଜପଥରେ ଚାଷୀ ରାସ୍ତା ଅବରୋଧ କରିଥିଲେ । ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ମାମଲା ଦାଏର କରାଯାଇଥିବା ବେଳେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ତାହାର ସମାଧାନ ହୋଇପାରି ନାହିଁ । ବର୍ତମାନ ମଧ୍ୟ ଉକ୍ତ ମଣ୍ଡିରେ ସମିତିର ସୂଚନା ଅନୁଯାୟୀ ୯୪୪ କ୍ଵିଣ୍ଟାଲ ଧାନ ରଖି ଚାଷୀ ଶିତ କାକରରେ ଜଗି ରହିଥିବା ବେଳେ ସରପଂଚ ଶ୍ରୀ ସାହୁ ଓ ସମବାୟ ସମିତି ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ହୋଇ ପାରିନାହିଁ । ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ତଥା ତହସିଲଦାର ଶଙ୍କର ବାଗ ଘଟଣାର ସମାଧାନ ପାଇଁ ଚେଷ୍ଟା କରୁଥିଲେ ହେଁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ତାହାର ସମାଧାନ ହୋଇପାରି ନାହିଁ। ବର୍ଷ ତମାମ ପ୍ରତିକୁଳ ପରିସ୍ଥିତିରେ ଉପାର୍ଜିତ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ଚାଷୀ ଏହି ଘଟଣା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଏହାର ସମାଧାନ କରି ମଣ୍ଡି ନିୟମିତ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026