ପୂର୍ଵତନ ବିଧାୟକ ରଘୁନାଥ ସାହୁଙ୍କ ତୁହା କୁ ତୁହା କର୍ମୀସମ୍ମିଳନୀ

୧୧ ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-  ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ (ବିଜେଡି )ରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ରରୂପ ଧାରଣ କରିବାରେ ଲାଗିଛି l ପୂର୍ବତନ ବିଧାୟକ ରାଘୁନାଥ ସାହୁ ଗତ 15 /20 ଦିନ ମଧ୍ୟ୍ୟରେ ତିନିଥର କର୍ମୀ ସମ୍ମିଳନୀ କରିଥିବା ବେଳେ ଆଜି ରବିବାର ପୂର୍ବାହ୍ନରେ ପୁଣି ଏକ ବାଲୁଗାଁ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି l ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଶ୍ରୀ ସାହୁ ଚିଲିକା ବ୍ଲକ ର ସମସ୍ତ ୧୭ ଟି ଗ୍ରାମ ପଞ୍ଚାୟତର ବିଜେଡି ମହିଳା କର୍ମୀମାନଙ୍କର ଏକ କର୍ମୀ ସମ୍ମିଳନୀ ଆହ୍ବାନ କରିଥଲେ । ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁ ନିଜର ଆଭିମୁଖ୍ୟ ପ୍ରତିପାଦନ କରିବାକୁ ଯାଇ ମହିଳା ସମାବେଶକୁ ସମ୍ବୋଧିତ କରିଥିଲେ ।ସେ ମହିଳା କର୍ମୀମାନଙ୍କୁ ସମ୍ବୋଧନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଦେଇ ବକ୍ତବ୍ୟ ରଖିଥିଲେ କିନ୍ତୁ ଦଳର ନେତା,ବିଧାୟକ ଓ ନାରୀନେତ୍ରୀ ମାନଙ୍କ କୀର୍ତ୍ତି କଳାପ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ l ବିଗତ ଦିନରେ ତାଙ୍କ ପ୍ରତି ଦଳୀୟ ନେତୃତ୍ୱର ବୈମାତୃକ ମନୋଭାବର ପର୍ଦାଫାସ୍ କରି ସଂଗଠନକୁ ଆହୁରି ଅଧିକ ଦୃଢୀଭୂତ କରିବା ପାଇଁ କହିଥିଲେ । ମୁଁ ବିଜେଡି କୁ ଭଲ ପାଉଛି ଓ ପାଉଥିବି ବୋଲି ଶ୍ରୀ ସାହୁ କହିଥିବା ବେଳେ ନିର୍ବାଚନ ମଣ୍ଡଳୀର ମାଆ ମାନେ ଯଦି ସ୍ଵତଃ ପ୍ରବୃତ ଭାବରେ ମୋତେ ଆଉଥରେ ବିଧାୟକ ଭାବରେ ଚାହାନ୍ତି ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଗୋଟିଏ ସୁଯୋଗ ଦିଅନ୍ତୁ ବୋଲି କହିଥିଲେ ।ଉପସ୍ଥିତ ମହିଳା ମାନେ “ରଘୁ ବାବୁ ଆମର ନେତା, ଚିଲିକା ମାଟିର ଭାଗ୍ୟ ବିଧାତା ” ନାରାରେ ସଭା ସ୍ଥଳ କୁ ହୁଳହୁଳି ଶବ୍ଦରେ ପ୍ରକମ୍ପିତ କରି ଦେଇଥିଲେ । ଚିଲିକା ବ୍ଲକ ମହିଳା ସଂଗଠନ ଓ ବିଭିନ୍ନ ମହିଳା ସଂଘ ଏକାଠି ହୋଇ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ମଜଭୂତ କରିବା ପାଇଁ ଆହ୍ୱାନ ଦେଇଥିଲେ l ଉକ୍ତ ସମାବେଶରେ ମହିଳା ସଭାନେତ୍ରୀ ବନିତା ସାହୁ, ସବିତା ସୁନ୍ଦରାୟ, ରଞ୍ଜିତା ସେଠି, ଶର୍ମିଷ୍ଠା ମହାରଣା, ପ୍ରଭାତୀ ସେଠି, ବୈଜୟନ୍ତିବାଳl ଖୁଣ୍ଟିଆ ସହଯୋଗ କରିଥିଲେ।

 

Exit mobile version