ଦ୍ୱାଦଶ ବ୍ୟାସ ମିଡ଼ିଆକପ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ କୋରେଇ ପ୍ରେସ କ୍ଲବକୁ ହରାଇ ଜିଲା ପୁଲିସ ଚମ୍ପିଆନ

୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ବ୍ୟାସନଗର :- ବ୍ୟାସନଗର ପ୍ରେସ ଫୋରମ ପକ୍ଷରୁ ଦ୍ୱାଦଶ ବ୍ୟାସମିଡିଅ କପ-୨୨ କ୍ରିକେଟ ଟୁର୍ଣ୍ଣାମେଂଟ ସ୍ଥାନୀୟ ଏନ.ସି ହାଇସ୍କୁଲ ସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ଏକ ଦୀବସୀୟ ଟୁର୍ଣ୍ଣାମେଂଟରେ ଭାଇଚାରା ନିମନ୍ତେ ବିଭିନ୍ନ ବର୍ଗରୁ ୪ଟି ଦଳ ଭାଗ ନେଇଥିଲେ । ପ୍ରଥମେ ଆଜି ପୂର୍ବାହ୍ଣରେ ଉଦ୍‌ଘାଟନୀ ମ୍ୟାଚ କୋରେଇ ପ୍ରେସ କ୍ଲବ ଓ ଟାଟା ଷ୍ଟିଲ କଳିଙ୍ଗ ନଗର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ କୋରେଇ ପ୍ରେସ କ୍ଲବ ୪ୱିକେଟରେ ଟାଟା ଷ୍ଟିଲକୁ ପରାସ୍ତକରି ଫାଇନାଲକୁ ଉନ୍ନିତ ହୋଇଥିଲା । ଅନୁଷ୍ଠିତ ଟୁର୍ଣ୍ଣାମେଂଟରେ ମୁଖ୍ୟଅତିଥିଭାବେ କୋରାଇର ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଆନୁଷ୍ଠାନିକଭାବେ ଉଦଘାଟନକରିଥିଲେ ।ବ୍ୟାସନଗର ପ୍ରେସ ଫୋରମର ସଭାପତି ଅଭୟ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଧାୟକ ଶ୍ରୀ ବଳଙ୍କ ସମେତ ସମ୍ମାନିତ ଅତିଥିଭାବେ ଟାଟା ଷ୍ଟିଲର କର୍ପୋରେଟ କମ୍ୟୁନିକେସନର ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା ଓ ଯାଜପୁରରୋଡ ଆଦର୍ଶଥାନାର ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଯୋଗଦେଇଥିଲୋ । ଫୋରମର ସାଧାରଣ ସଂପାଦକ ମଳୟକୁମାର ମଲ୍ଲିକ ବିବରଣୀ ପ୍ରଦାନ କରିଥିଲା ବେଳେ ଉପସଭାପତି ଦୟାନିଧି ନାୟକ ସ୍ୱାଗତ ଭାଷଣ ଓ ଅନତମ ଉପସଭାପତି ଜ୍ଞାନରଞ୍ଜନ ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଦ୍ୱିତୀୟ ମ୍ୟାଚରେ ଯାଜପୁର ପୁଲିସ ଏକାଦଶ ଓ ଲୟର୍ସ ଫୋରମ ବ୍ୟାସନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ପୁଲିସ ଲୟର୍ସ ଫୋରମକୁ ପରାସ୍ତ କରି ଫାଇନାଲ ଉତୀର୍ଣ୍ଣ ହୋଇଥିଲା । ଅପରାହ୍ଣରେ କୋରେଇ ପ୍ରେସ କ୍ଲବ ଓ ଯାଜପୁର ପୁଲିସ ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ପୁଲିସ ଏକାଦଶ କୋରାଇ ପ୍ରେସକୁ ୫୬ରନରେ ପରାସ୍ତକରି ଚଳିତବର୍ଷ ଲାଗି ଚମ୍ପିଆନ ହୋଇଥିଲା । ପରେ ଉଦଯାପନୀ ତଥା ପୁରସ୍କାର ବିତରଣ ସଭା ଫୋରମ ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ମୁଖ୍ୟଅତିଥିଭାବେ ଯାଜପୁର ଜିଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, ସମ୍ମାନିତ ଅତିଥିଭାବେ ସମ୍ବାଦର ବରିଷ୍ଠ ସହସଂପାଦକ ଡକ୍ଟର ଚିତରଞ୍ଜନ ବେହେରା, ସମ୍ବଦର ଜିଲା ପ୍ରତିନିଧି ସଂଗ୍ରାମ ସିଂହ,ରିଜର୍ଭ ଇନ୍ସପେକ୍ଟର କାହ୍ନୁଚରଣ ମାରାଣ୍ଡି, ସର୍ଜେଂଟ ବୀରସିଂହ ସବର, ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ସୁଜିତ କୁୁମାର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଜୟୀ ଦଳ ଯାଜପୁର ପୁଲିସକୁ ଚମ୍ପିଆନ ଟ୍ରଫି ସହ ନଗଦ ଅର୍ଥରାଶି ୧୦ହଜାର ଟଙ୍କା ଓ ଉପବିଜେତା କୋରେଇ ପ୍ରେସ କ୍ଲବକୁ ରନର୍ସ ଟ୍ରଫି ସହ ନଗଦ ୫ହଜାର ଟଙ୍କା ଅତିଥିଙ୍କ ଦ୍ୱରା ପ୍ରଦାନ କରାଯାଇଥିଲା । ଏଥି ସହିତ ବେଷ୍ଟ ବୋଲାର ଗିରିଜା ଶଙ୍କର ବେହେରା, ବେଷ୍ଟ ବ୍ୟାଟ୍ସମ୍ୟାନ ପ୍ରଶାନ୍ତ ବେହେରା, ମ୍ୟାନଅଫ ଦି ମ୍ୟାଚ ସଞ୍ଜୟ ଦଳାଇ, ଘୋଷକ ପ୍ରଶାନ୍ତକୁମାର ପଟ୍ଟନାୟକ, ଅମ୍ପେୟାର କଳିଙ୍ଗ ପହି ଓ ଅସିମ ଦାସ, ସ୍କୋରର ପ୍ରଦୀପ ସାମଲଙ୍କୁ ଅନୁଷ୍ଠାନ ପକ୍ଷରୁ ଟ୍ରଫି ପ୍ରଦାନ କରାଯାଇଥିଲା ।ଅନୁଷ୍ଠିତ କାର୍ଯ୍ୟମରେ ଫୋରମର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ, ଉପସଭାପତି ଜ୍ଞନରଞ୍ଜନ ଓଝା, କୋଷାଧ୍ୟକ୍ଷ ଅଜୟକୁମାର ସାହୁ, ସହସମ୍ପାଦକ ଆଶୁତୋଷ ମହାନ୍ତ, ପ୍ରମୋଦକୁମାର ପାତ୍ର, କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, ବରିଷ୍ଠସଦସ୍ୟ ଆଶୁତୋଷ ମିଶ୍ର, ପ୍ରହଲ୍ଲାଦ ଦେଓ, ରୁଦ୍ରପ୍ରତାପ ପାଢୀ, ମାନସ ଆଏଚ, ଅଶୋକ ସାମନ୍ତ ସିଂହାର, ଦୀପକ ଦାସ, ଆଶିଷ ରାଉତ, ଚିତରଞ୍ଜନ ବୋଇତାଇ, ଜିତେନ୍ଦ୍ର କୁମାର ରାଉତ, ସୁଶାନ୍ତକୁମାର ଭୂୟାଁ, ସଞ୍ଜୟ କୁମାର ସରକାର, ପ୍ରକାଶ କୁମାର ସାହୁ, କେଶବ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ମଳୟ ମଲ୍ଲିକ ଟୁର୍ଣ୍ଣାମେଂଟର ଅଭିମୁଖ୍ୟ ପ୍ରକାଶ କରିଥିଲା ବେଳେ ଉପସଭାପତି ଦୟାନିଧି ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version