ଅସହାୟଙ୍କ ପ୍ରକୃତବନ୍ଧୁ ଦଶପଲ୍ଲା ବିଧାୟକ

୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଓସମସ୍କା ଗ୍ରାମରେ ହୋଇଥିବା ଅଗ୍ନିକାଣ୍ଡରେ ୭ ଗୋଟି ପରିବାରର ୮ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଖବର ପାଇ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଅଗ୍ନି ବିପନ୍ନ ପରିବାରକୁ ଭେଟି ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ବୁଝିବା ସହ ସାଂସଦ ଙ୍କ ପ୍ରଦତ୍ତ ଶୁଖିଲା ଖାଦ୍ୟ ,ବାସନ କୁସନ୍ ଶୀତ ବସ୍ତ୍ର ଆଦି ସାମଗ୍ରୀ ବଣ୍ଟନ କରିଥିଲେ । ବିଧାୟକ ଙ୍କ ସହିତ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ସରପଞ୍ଚ ବବୃ ମହାରଣା,ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ପୂର୍ବତନ ସରପଞ୍ଚ ସୁଧୀର ସାମନ୍ତ ରାୟ,ପଞ୍ଚାୟତ ବିଜେଡ଼ି ସଭାପତି ଫକିର ମୋହନ ସାହୁ,ଯୁବ ସଭାପତି ଅବନ୍ତୀ ସାହୁ ଏବଂ ଛାତ୍ର ସଭାପତି ଶଶାଙ୍କ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଜନସାଧାରଣ ରେ ଗୋଟିଏ ସ୍ୱର ଶୁଣିବାକୁ ମିଳୁଛି ଅହାୟକଙ୍କ ପ୍ରକୃତ ବନ୍ଧୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।

Exit mobile version