୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ସ୍ଵାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନଙ୍କୁ ଆଜି ଖଲି ତିଆରି ମେସିନ ପ୍ରଦାନ କରାଯାଇଛି। ଓଡ଼ିଶା ସରକାର ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀଙ୍କ ଉପସ୍ଥିତିରେ, ବିପଏମ ପର୍ଶୁରାମ ବେହେରାଙ୍କ ନେତୃତ୍ବରେ ରାଲେଗାଡା ଗ୍ରାମପଞ୍ଚାୟତ ସରପଞ୍ଚ କମଳୁ ହନ୍ତାଳ ସାରକୁବନ୍ଧ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠିର ମା ମାନଙ୍କୁ ଖଲି ତିଆରି ମେସିନ୍ ପ୍ରଦାନ କରିଥିଲେ ।
ଏହି ମେସିନ ପାଇଲା ପରେ ଏସଏଚଜି ମା ମାନେ ବହୁତ ଖୁସି ଅନୁଭବ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାଲକାନଗିରି ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶେଷରେ ସରପଞ୍ଚ କମଳୁ ହନ୍ତାଳ ଏ ମେସିନ ବିଷୟରେ ମା ମାନଙ୍କୁ ବୁଝାଇଥିଲେ ଏବଂ ଆଗାମୀ ଦିନରେ ସରକାରଙ୍କ ଠାରୁ ଆହୁରି ବିଭିନ୍ନ ଯୋଜନାର ସାହାଯ୍ୟ ପାଇବେ ବୋଲି ଭରସା ଦେଇଥିଲେ ।

