Home ଓଡ଼ିଶା ଯୁକ୍ତ ୩ ପରୀକ୍ଷା ଫଳକୁ ନେଇ କୁହୁଳୁଛି ଅସନ୍ତୋଷ ୩୧୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୩ ଫେଲ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ୱୟଂ ଶାସିତ ମାନ୍ୟତା ଉଠି ଯାଇଛି। ଅନ୍ୟପଟେ ପିଲାଙ୍କ ସିଲାବସ ସମାପ୍ତ ନକରି ପରୀକ୍ଷା କରାଯାଇଛି। ସେହିଭଳି ଆବଶ୍ୟକତା ଠାରୁ ବହୁ କମ୍ ସଂଖ୍ୟାକ ଅଧ୍ୟାପକ ରହିଛନ୍ତି ଏହି ମହାବିଦ୍ୟଳୟରେ। ତେବେ ଇତି ମଧ୍ୟରେ ଗତ ୪ ତାରିଖରେ ଯୁକ୍ତ ୩ର କଳା ବିଭାଗ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି। ପରୀକ୍ଷା ଦେଇଥିବା ୩୧୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୩ ଜଣ ଫେଲ ହୋଇଛନ୍ତି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରମାନେ ଏ ନେଇ କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିବା ସହ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବାର ଜଣାଯାଇଛି। ସୂଚନା ପ୍ରକାରେ, ପାସ୍ କରିଥିବା ୨୦୩ ଜଣଙ୍କ ମଧ୍ୟରୁ ୧୫୦ରୁ ଊର୍ଦ୍ଧ୍ବ ପିଲାଙ୍କୁ ଡିଷ୍ଟିଙ୍କସନରୁ ବଂଚିତ କରାଯାଇଛି। କେବଳ କମ୍ୟୁନିକେଟିଭ ଇଂଲିସ ଲାଗି ଏପରି କରା ଯାଇଥିବା ପିଲାମାନେ ଅଭିଯୋଗ କରିଛନ୍ତି। ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରମାନଙ୍କୁ କୁହାଯାଇଥିଲା କି ଗ୍ରାମାରରୁ ୪୦, ସବଜେକ୍ଟିଭରୁ ୪୦ ମାର୍କ ଏବଂ ୪ଟି ୟୂନିଟରୁ ପ୍ରଶ୍ନ ଆସିବ। ମାତ୍ର ପ୍ରଶ୍ନ ସିଲାବସ ବାହାରୁ ଆସିଛି। ଯାହା ଫଳରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଭଲ କରି ପାରିନାହାନ୍ତି। ସେହିପରି ପିଲାମାନଙ୍କୁ ଇଂଟରନାଲ ମାର୍କ ୨୦ ଯାଏ ଦେବାର ଅଛି। ହେଲେ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ରୀଛାତ୍ରଙ୍କୁ ମାତ୍ର ୫ରୁ ୬ ମାର୍କ ଦିଆଯାଇଛି। ଯାହା ଫଳରେ ବହୁ ପିଲା ଫେଲ ହେବା ସହ ଡିଷ୍ଟିଙ୍କସନରୁ ବଂଚିତ ହୋଇଛନ୍ତି। ଯେଉଁ ସମୟରେ ତୃତୀୟ ବର୍ଷ ପରୀକ୍ଷା ହେବା କଥା ସେତବେଳେ କରୋନା ଯୋଗୁ ସମ୍ଭବ ହୋଇ ନ ଥିଲା। ଅନ୍ୟସ୍ଥାନରେ ଅନଲାଇନ ମାଧ୍ୟମରେ ପରୀକ୍ଷା ହୋଇଥିଲା। ମାତ୍ର ଏହି କଲେଜରେ କରାଯାଇ ନ ଥିଲା। ଅଫଲାଇନ ପରୀକ୍ଷା କରାଯାଇଥିଲେ ବି ସିଲାବସ୍ ସମାପ୍ତ ହୋଇ ନ ଥିବା ପରୀକ୍ଷାର୍ଥିମାନେ କହିଛନ୍ତି। ଆହୁରି କହିଛନ୍ତି ଯେ, ଆମେ ମୋଟ ୩୧୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲୁ। ୨୮୦ ଜଣଙ୍କର କମ୍ୟୁନିକେଟିଭ ଇଂଲିସରେ ଉଭୟ ସେମିଷ୍ଟାର ଏବଂ ଇଂଟରନାଲ ମାର୍କରୁ ଉଦ୍ଦେଶ୍ୟ ମୂଳକ ଭାବେ କମ୍ ମାର୍କ ଦିଆଯାଇଛି। ପରୀକ୍ଷାରେ ଯେଉଁ ପ୍ରଶ୍ନ ପଡ଼ିବା ପାଇଁ ଆମକୁ କୁହା ଯାଇଥିଲା ତାହା ପଡ଼ିଲା ନାହିଁ। ଇଂଲିସ ବିଭାଗର ସିଲାବସ୍ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ପ୍ରଶ୍ନ ସିଲାବସ୍ ବାହାରୁ ଆସିଲା। ଇଂଟରନାଲରେ ବହୁ କମ୍ ନମ୍ବର ଦିଆଗଲା। ଫଳରେ ଅଧିକାଂଶ ପିଲା ଫେଲ ହେଲେ। ଆମ ଜୀବନ ସହ ଖେଳା ଯାଉଛି ବୋଲି ବହୁ ପରୀକ୍ଷାର୍ଥି ପ୍ରକାଶ କରିଛନ୍ତି। ତେବେ ଏ ଦିଗରେ କଲେଜ କର୍ତ୍ତୁପକ୍ଷ ତୁରନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଅନେକ ଛାତ୍ର ସଂଗଠନ ଏକଜୁଟ୍ ହେଉଥିବା ବେଳେ ମହାବିଦ୍ୟାଳୟରେ ଅଧ୍ୟାପକ ମାନଙ୍କ ମଧ୍ୟରେ ସମନ୍ନୟର ଅଭାବ ସହିତ ନିଜ ନିଜ ଭିତରେ ଭଲ ସଂପର୍କ ରହୁନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ବୋଲି ମଧ୍ୟ ଅନେକ ମହଲରେ ଅଭିଯୋଗ ହୋଇଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର ଛାତ୍ରୀ ଙ୍କ ମହଲରୁ ପ୍ରବଳ ଦାବୀ ହେଉଛି l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026