Home ଓଡ଼ିଶା ଗଜପତିଜିଲ୍ଲା କଳାପରିଷଦ ସଭାପତିଙ୍କ ବିୟୋଗରେ ଶୋକସଭାଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ସାହି ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗଜପତି କଳାପରିଷଦ ର ସଭାପତି ବିନ୍ଧ୍ୟ ପ୍ରସାଦ ପାଢୀ (ଟିଟିଲି) ଙ୍କ ଅକାଳ ବିୟୋଗ ରେ ବିଭିନ୍ନ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଏକ ସ୍ମୁତି ଚାରଣ ତଥା ଶୋକସଭା ଅନୁଷ୍ଠିତ ହୋଇଯାଇଛି, ଯୁବ ମଂଚ କଳାକାର ଆଦର୍ଶ ଦାସଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାକାର ମାନେ ପ୍ରଥମେ ସ୍ବର୍ଗତ ପାଢ଼ୀଙ୍କ ଫୋଟୋ ନିକଟରେ ଦୀପ ଜାଳି ପୁଷ୍ପ ଅର୍ପଣ କରିବା ସହ ଅମର ଆତ୍ମା ର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ, ସ୍ବର୍ଗତ ପାଢୀ ଜଣେ ମଂଚ ଅଭିନେତା, କଣ୍ଠ ଶିଳ୍ପୀ ଥିଲେ, ପାରିବାରିକ ସମସ୍ୟା ସତ୍ତ୍ଵେ ଗଜପତି କଳା ପରିଷଦ ଅନୁଷ୍ଠାନ ଗଢି ଗୁରୁ ନୃସିଂହ ପ୍ରସାଦ ପାଢୀ ଙ୍କ ମାଧ୍ୟମରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରୁଥିଲେ, ହଠାତ୍ ଯୁବ ବୟସ ରେ ପରଲୋକ ଗମନ କଳାକାର ଜଗତରେ ଶୋକ ର ଛାୟା ଖେଳିଯାଇଥିବା ବକ୍ତା ମାନେ ପ୍ରକାଶ କରିଥିଲେ, କାର୍ଯ୍ୟକ୍ରମରେ ଗଜପତି କଳା ପରିଷଦ ର ସଂପାଦକ ବିଜୟ ପ୍ରଧାନ, ମମତା ପାଢୀ, ଭକ୍ତି ସଙ୍ଗୀତ ସଂସଦ ପୂର୍ଣ୍ଣଚନ୍ଦ୍ର ରଥ, କବି ବିଚିତ୍ରାନନ୍ଦ ବେବର୍ତ୍ତା, ଗୁରୁ କୈଳାସ ପଟନାୟକ, ପ୍ରଗତି ମହିଳା ସଂଗଠନର ସଭାପତି ତନୁଜା ଶତପଥୀ, ସାମ୍ବାଦିକ ବସନ୍ତ ପଣ୍ଡା, ଭାଗବତ ପାଢୀ, ଜିତେନ୍ଦ୍ର ବାରିକ, ଜି. ଭାର୍ଗବ ଙ୍କ ସମେତ ପାରଳା ପୌର ପରିଷଦ ୪ ନମ୍ବର କାଉନସିଲର ବାଳକୃଷ୍ଣ ପାତ୍ର, ୩ ନମ୍ୱର୍ କାଉନସିଲର ବିଭୂତି ଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ରହି ଶୋକବାର୍ତ୍ତା ପ୍ରକାଶ କରିଥିଲେ Categories: ଓଡ଼ିଶା, ଗଜପତି, ହୋମ୍ Related Content ଗ୍ରାମୀଣ ଡାକ ସେବକଙ୍କ ଦିନିକିଆ ଧାରଣା : ଦରମା ସଂଶୋଧନ ଓ ପେନ୍ସନ୍ ଦାବିରେ ସରଗରମ ଭୁବନେଶ୍ୱର by Proprietor Abhimanyu Maharana October 15, 2026 ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026