ସନ୍ଥ ଫକୀର ବାବାଙ୍କ ଜନ୍ମ ଉସ୍ଚବ ଅବସରରେ ସାଧୁସନ୍ଥ ସମ୍ମିଳନୀ

୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ  :-  କଟକ ଜିଲ୍ଲା ବାରଙ୍ଗ ବ୍ଲକ ହରିଅନ୍ତା ପଞ୍ଚାୟତର, ମହୁରା ଗ୍ରାମର ଚାନ୍ଦେଶ୍ୱର ମହାଦେବଙ୍କ ପୀଠ ସ୍ଥଳୀ ଠାରେ ଥିବା, ସନ୍ଥ ଫକିର ବାବାଙ୍କ ଆଶ୍ରମରେ ହୋମଯଞ ସହିତ, ସନ୍ଥ ଫକିର ବାବାଙ୍କ ଜନ୍ମ ଦିବସ ପାଳନ ସାଙ୍ଗକୁ ସାଧୁସନ୍ଥ ମାନଙ୍କର ଏକ ସମ୍ନିଳନୀ ଅନୁଷ୍ଠିତ ହୋଇଥିଲା ।ଏହି ଉପଲକ୍ଷେ ଭଜନ କୀର୍ତ୍ତନ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ମାନଙ୍କୁ ଫକୀର ବାବା ସ୍ୱାଗତ ଜଣାଇବା ସହିତ ଆଶ୍ରମକୁ ପାଛୋଟି ନେଇଥିଲେ । ଏହି ଉସ୍ଚବ ରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଫକୀର ବାବାଙ୍କ ଶିଷ୍ୟ ଏବଂ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା ।

Exit mobile version