୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ନୁଆଗଡ ବ୍ଲକର ତାବରଡା ଗ୍ରାମରେ ସିପିଆଇ(ଏମ୍ ଏଲ) ଲିବରେସନ ତରଫରୁ ଶୋଭାଯାତ୍ରା କରାଯିବ ସହ ୫ମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଲା । ଉକ୍ତ କାର୍ଯ୍ୟକ୍ରର୍ମ ରେ ଜିଲ୍ଲାର ଶତାିକ ମହିଳା ଓ ପୁରୁଷ ପ୍ରତିନିଧି ଯୋଗ ଦେଇଥିଲେ । ଗଜପତି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଆଲୋଚନା କରାଯାଇଥିଲା । ନୁଆଗଡ ବ୍ଲକ ତାବରଡା ଗାଁରେ ଆଦିବାସୀ ଭୋଗ ଦଖଲ କରି ଚାଷ କରି ଆସୁଥିବା ଜଙ୍ଗଲ ଜମିକୁ ସରକାର ଅତିଶୀଘ୍ରପଟା ଦିଆଯିବା , 
ଗଜପତି ଜିଲ୍ଲାରେ ଜବ କାର୍ଡ ଯୋଗାଇ ଦେବା ଓ ବର୍ଷକୁ ୨୦୦ ଦିନ କାମ ସାଙ୍ଗକୁ ଦୈନିକ ୬୦୦ ଟଙ୍କା ମଜୁରି ପ୍ରଦାନ, ପ୍ରତ୍ୟେକ ବାଦ୍ଧକ୍ୟ, ଭିନ୍ନକ୍ଷମ, କ୍ଷେତ ମୁଲିଆଙ୍କୁ ମାସକୁ ୩୦୦୦ ଟଙ୍କା ପେନ୍ସନ, ଗଜପତି ଜିଲ୍ଲାରେ ସମସ୍ତଙ୍କୁ ୨୦୦ ୟୁନିଟ୍ ବିଦ୍ୟୁତ ମାଗଣାରେ ଯୋଗାଇ ଦିଆଯିବା ଏବଂ ସମସ୍ତ କ୍ଷେତ ମୁଲିଆଙ୍କୁ ଜଙ୍ଗଲ ଜମି, ଘର, ଡିହ ପଟା ଯୋଗାଇ ଦିଆଯିବା ନିମେନ୍ତେ ଦାଦି କରାଯାଇଥିଲା ଏହାସହ ଚଳିତ ଡିସେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ରାୟଗଡା ଜିଲ୍ଲା ଗୁଣପୁରରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀର ପାଇଁ ଆହ୍ବାନ ଦିଆଯାଇଥିଲା । ଶେଷରେ ଗଜପତି ଜିଲ୍ଲା କମିଟି ଗଠନ ହୋଇଥିଲା । ଏହି କମିଟିରେ ନୂତନ ସମ୍ପାଦନ ଭାବେ ନରସିଂହ ମଣ୍ଡଳଙ୍କ ସହ ସିଲବାନ ମଣ୍ଡଳ, ଅବସାଲମ ରାଇକା, ରଇସାନ ରାଇକା, ରଇସାନ ମଣ୍ଡଳ, ଏସ ମଣ୍ଡଳ ରଇତ, ଇସମିନ ମଣ୍ଡଳ, ସର୍ବଶ୍ରୀ ଗମାଙ୍ଗ, ଗାଇତନ ମଣ୍ଡଳ, ସୁରତ ରଇତ, ତାରିଣି ଏନ ଦଳାଇ, ବିଦ୍ୟାଧର ପାତ୍ର, ଯାକବ କାର୍ଯୀ, ଝିରମିଳ ରଇତ, ସୁଦାମ ରଇତ ଓ ଅନ୍ୟା ୨୧ ଜଣ ଅଛନ୍ତି ।

