୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ ସଦର :- ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ ଠାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମହାସମାରୋହରେ ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି କ୍ରୀଡା ଅନୁଷ୍ଠିତ ହୋଇଥିବା ବେଳେ କ୍ରୀଡା ପ୍ରଶିକ୍ଷକ ପତି ତପାବନ ମହାପାତ୍ର ମାର୍ଗଦର୍ଶକ ଭାବେ କ୍ରୀଡ଼ା କୁ ଦୁଇ ଦିନ ଧରି ସୂଚାରୁରୂପେ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନେ ୪ ଗୋଟି ହାଉସ ଯଥା – ମହାନଦୀ,ବ୍ରାହ୍ମଣୀ, ବଂଶଧାରା ଓ ସୁବର୍ଣ୍ଣ ରେଖା ଜର୍ସି ରେ ବିଭକ୍ତ ହୋଇ ଅଂଶଗ୍ରହଣ କରିଥିଲେ । 
ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ଉନ୍ନୟନ କମିଟିର ସଦସ୍ୟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ଼. ସେକ୍ କଲିମୁଲ୍ଲା ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସରପଞ୍ଚ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ସେହିପରି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଡ. ସେକ କଲିମୁଲ୍ଲା ଏବଂ ସମ୍ମାନୀତ ଅତିଥି ଭାବେ ପ୍ରକୃତି ବନ୍ଧୁ ଓ ପରିବେଶବିତ୍ ନବକିଶୋର ପଣ୍ଡା ଯୋଗ ଦେଇ ପ୍ରତିଯୋଗୀ ବିଜେତାମାନଙ୍କୁ ଅଧ୍ୟକ୍ଷାଙ୍କ ସହ ମିଶି ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ତନ୍ମୟ ପୃଷ୍ଟି ,ଭଗବତୀ ପଣ୍ଡା ,ପ୍ରଜ୍ଞା ପ୍ରଜିତା ସାହୁ ,ପ୍ରକାଶ ରଞ୍ଜନ ଶତପଥି ,ପ୍ରତିମା ଜେନା ,ଅନ୍ନଦା ଜାସମିନ ସ୍ମରଣିକା ,ସୁଧୀର ଜେନା ,ତୃପ୍ତିମୟୀ ପରିଡ଼ା , ଶିପ୍ରାରାଣୀ ଜେନା ,ଅଜିତ କୁମାର ନାଟିଆ ,ଭବାନୀ ଶଙ୍କର ପାତ୍ର ବିଦ୍ୟାଳୟ କର୍ମଚାରୀ ପ୍ରଦୀପ ସେଠୀ, ମିଖେଲ ମଲ୍ଲିକ ଓ ସୂର୍ଯ୍ୟକାନ୍ତ ନାୟକ ପ୍ରମୁଖ ବାର୍ଷିକ କ୍ରୀଡ଼ାକୁ ପରିଚାଳନା କରିଥିବା ବେଳେ ପରିଶେଷରେ ଶିକ୍ଷୟତ୍ରୀ ଭଗବତୀ ପଣ୍ଡା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ । ପ୍ରକୃତି ପ୍ରେମୀ ଓ ମାନବ ପ୍ରେମୀ ପ୍ରକୃତି ବନ୍ଧୁଙ୍କ ସହଯୋଗରେ ସମସ୍ତ ଖେଳାଳୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ଏହି ପ୍ରୟାସକୁ ସମର୍ପିତ କଟକ ପରିବାର ପକ୍ଷରୁ ଅଧିକାରୀ ବସନ୍ତ କୁମାର ପଣ୍ଡା,ଦୁର୍ଗା ଚରଣ ପ୍ରଧାନ ,ମହନ୍ତ ଭଗବତୀ ପତି ଓ ଶରତ ଚନ୍ଦ୍ର ଭୋଇ ପ୍ରମୁଖ ଭୂୟସୀ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା,ଶିକ୍ଷା,ପରିବେଶ ଓ କ୍ରୀଡାର ବିକାଶ ପାଇଁ ବିଦ୍ୟାଳୟର ନିଜସ୍ଵ ପ୍ରାଚେରୀ ,ଖେଳପଡିଆ ଓ ହଷ୍ଟେଲ ଗୃହ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନ,ଜିଲ୍ଲା ପ୍ରଶାସନ, ମୋ ସରକାର ୫ ଟି ସଚିବଙ୍କୁ ନିବେଦନ କରିଛନ୍ତି ।

