Home କଟକ ହସ୍ତତନ୍ତ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି କର୍ପୋରେଟ ସେକ୍ଟର ଆଗେଇ ଆସିବା ଉଚିତ : ରାଜ୍ୟପାଳ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଫେସନ୍ ଶୋ’ରେ ସ୍ଥାନୀୟ ବୁଣାକାରଙ୍କ ପୋଷାକରେ ଚମକିଲେ ମଡେଲ୍ · ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ କଳା ଭୂମିରେ ଫେସନ୍ ସୋ’ ଓ ୱାକ୍ ଫର ୱିଭର୍ସ ଆୟୋଜିତ · ନଅ ଜଣ ବୁଣାକାରଙ୍କୁ ସମ୍ବର୍ଦ୍ଧନା ୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଶୁକ୍ରବାର ଦିନ କଳା ଭୂମି ଏକ ଭିନ୍ନ ପରିବେଶ ଆହରଣ କରିଥିଲା ଯେଉଁଠାରେ ଏକ ଫେସନ ଶୋ’ରେ ମଡେଲ୍ମାନେ ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ଡିଜାଇନର ପୋଷାକ ପରିଧାନ କରି ର୍ୟାମ୍ପ୍ ୱାକ୍ କରିଥିଲେ । ଦର୍ଶକମାନଙ୍କୁ ତାହା ଏକ ରୋମାଂଚକ ଅନୁଭୂତି ପ୍ରଦାନ କରିଥିଲା । ୱାର୍ଲଡ୍ ଟ୍ରେଡ୍ ସେଂଟର (ଡବ୍ଲୁଟିସି) ଭୁବନେଶ୍ୱର ପକ୍ଷରୁ କଳା ଭୂମିରେ ଏହି ଫେସନ୍ ଶୋ’ ଆୟୋଜନ କରାଯାଇଥିଲା । ଏଥିରେ ଭାଗ ନେଇଥିବା ମଡେଲ୍ମାନେ ହାତବୁଣା କପଡ଼ାରେ ତିଆରି ପୋଷାକ ପିନ୍ଧି କେବଳ ସୁନ୍ଦର ନୁହେଁ ବରଂ ବେଶ ଆକର୍ଷଣୀୟ ଦେଖାଯାଉଥିଲେ । ସମାଜର ବିଭିନ୍ନ କ୍ଷେତ୍ର ଏଥିରେ ଅଂଶଗ୍ରହଣ କରି ର୍ୟାମ୍ପ୍ରେ ଚାଲିଥିଲେ ଏବଂ ଏହାର ମହତ୍ ଉଦ୍ଦେଶ୍ୟକୁ ସମର୍ଥନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, “ଓଡ଼ିଶା ହସ୍ତତନ୍ତର ଇତିହାସ ଅତ୍ୟନ୍ତ ପ୍ରାଚୀନ ଏବଂ ଏହା ପ୍ରକୃତି ଦ୍ୱାରା ପ୍ରେରିତ । ଓଡ଼ିଶାର ଗର୍ବ ଏବଂ ଗୌରବ ହୋଇଥିବା ଏହି ହସ୍ତତନ୍ତରେ ଓଡ଼ିଶାର ଜନଜୀବନର ଶୈଳୀ, ପରମ୍ପରା, ଲୋକଚରିତ୍ର ଏବଂ ଲୋକକଥା ବହୁମାତ୍ରାରେ ପ୍ରକାଶିତ । ଏହି ପରମ୍ପରାକୁ ଆହୁରି ପରିପୁଷ୍ଟ କରିବା ଏବଂ ହସ୍ତତନ୍ତ ସାମଗ୍ରୀ କିଭଳି ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିବ ସେଥିପାଇଁ ବିଭିନ୍ନ ସ୍ତରରେ ଯୋଜନା ହେବା ଆବଶ୍ୟକ । ଏହି ଦିଗରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କାର୍ଯ୍ୟ ଜାରି ରଖିଛନ୍ତି । ଏହାବ୍ୟତୀତ ବେସରକାରୀ ସ୍ତରରେ କର୍ପୋରଟ ଜଗତ ମଧ୍ୟ ଏହାକୁ ପ୍ରୋସାôହିତ କରିବା ଲାଗି ଆଗେଇ ଆସିବା ଦରକାର । ସଭିଙ୍କୁ ମୁଁ ହସ୍ତତନ୍ତର ବସ୍ତ୍ର ପିନ୍ଧିବାକୁ ପରାମର୍ଶ ଦେବାକୁ ଚାହିଁବି । ’’ ଆହୁରି ମଧ୍ୟ ଶ୍ରୀ ଗଣେଶୀ ଲାଲ ବିଦେଶୀ ପରିକଳ୍ପିତ ପୋଷାକ ବଦଳରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କାର୍ଯ୍ୟକ୍ରମରେ ହସ୍ତତନ୍ତ ତିଆରି ପୋଷାକର ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ । ଅନେକ ବିଶ୍ୱବିଦ୍ୟାଳୟ ସେହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । କଳାହାଣ୍ଡୀ ବିଶ୍ୱବିଦ୍ୟାଳୟ ଏଥନିକ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ଆଗେଇ ଆସିଛି ।” ଏହି ଅବସରରେ ଡବ୍ଲୁଟିସି ଭୁବନେଶ୍ୱରର ସହକାରୀ ନିର୍ଦେଶିକା ନିମେଶିକା ନଟରାଜନ କହିଛନ୍ତି ଯେ, “ଓଡ଼ିଶାର ହସ୍ତତନ୍ତ ଏବଂ ନିରନ୍ତର ଫେସନର ପ୍ରସାର କରିବା ଏବଂ ଓଡ଼ିଶାର ହସ୍ତତନ୍ତ ଉତ୍ପାଦକୁ ଆନ୍ତର୍ଜାତିକ ବଜାରରେ ପହଂଚାଇବା ଲାଗି ୱାର୍ଲଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ଏହା ହେଉଛି ଏକ ଉଦ୍ୟମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡବ୍ଲୁଟିସି ଭୁବନେଶ୍ୱରର ପରାମର୍ଶଦାତା ପଂଚମି ମାନୋ ଉକିଲ୍ ବିବରଣୀ ପ୍ରଦାନ କରିଥିବା ବେଳେ ଡକ୍ଟର ରୀନା ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ । ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍ନୋଲୋଜିର ପ୍ରଫେସର ବି ବି ଜେନା ଏବଂ ଅହମ୍ମଦାବାଦ ସ୍ଥିତ ଏଟଂରପ୍ରେନ୍ୟୁଅରସିପ୍ ଡେଭେଲପ୍ମେଂଟ୍ ଇନଷ୍ଟିଚୁୃ୍ୟଟ୍ ଅଫ୍ ଇଣ୍ଡିଆର ଡାଇରେକ୍ଟର ଜେନେରାଲ୍ ଡକ୍ଟର ସୁନିଲ ଶୁକ୍ଳା ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟର ନଅ ଜଣ ବୁଣାକାର ପ୍ରଫୁଲ୍ଲ ମେହେର, ସୁଶିଳା ମେହେର, ରାମପ୍ରସାଦ ମେହେର, ବବିତା ମେହେର, ସୁକାନ୍ତି ମେହେର, ମଲ୍ଲିକା ବେୱା, ଜଗଜୀବନ ଚାନ୍ଦ, ପ୍ରମୋଦ କୁମାର ସୁର ଏବଂ ପ୍ରସନ୍ନ କୁମାର ଗୁଇଁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅପରାହ୍ନରେ ଏକ ପ୍ରଦର୍ଶନୀକୁ କବିସୂର୍ଯ୍ୟନଗରର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଡବ୍ଲୁଟିସି ଭୁବନେଶ୍ୱର ମହିଳା ଫୋରମ୍ର ପରାମର୍ଶଦାତା ଡକ୍ଟର ରୀନା ରାଉତରାୟ, ବୟନ ଉପ ନିର୍ଦେଶିକା ମଧୁସ୍ମିତା ଦାସ, ଓଏଏସ୍ ରାଜା ପରିଜା, ଜାତୀୟ ପୁରସ୍କାର ବିଜୟିନୀ ବୁଣାକାର ସୁକାନ୍ତି ମେହେର ଏବଂ ବୟନିକାର ବିପଣନ ପ୍ରବନ୍ଧକ ଅର୍ଥରଂଜନ ମହାପାତ୍ର ବୁଣାକାରମାନେ ସାମ୍ନା କରୁଥିବା ସମସ୍ୟା ଏବଂ ସେମାନଙ୍କ ପାଇଁ ରହିଥିବା ଆହ୍ୱାନ ବିଷୟରେ ଆଲୋଚନା କରିଥିଲେ Categories: କଟକ, ମହାନଗର, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026