
୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ମେଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସ୍ଥାୟୀ ସମ୍ପତ୍ତିର ମାମଲାରେ ଆଜି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ମାନସିକ ଏବଂ ଶାରୀରିକ ଅସୁସ୍ଥତା ରହିବ। ଆଜି ଆପଣ ନିଜର ସୁବର୍ଣ୍ଣ ଭବିଷ୍ୟତର ରାସ୍ତାକୁ ଗଢ଼ିବାକୁ ଚେଷ୍ଟା କରିବେ। ଯାହାଫଳରେ ଆପଣ ଶୈକ୍ଷିକ ଏବଂ ଆର୍ଥିକ ସ୍ଥିତିକୁ ଠିକ କରିବାକୁ ସକ୍ଷମ ହେବେ। ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି। ଏହା ଫଳରେ ଆପଣଙ୍କୁ ଖୁସି ମିଳିବ। ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ। କିନ୍ତୁ ପୁଞ୍ଜି ନିବେଶରେ ଅସୁବିଧା ଆସିପାରେ।

