Home ଓଡ଼ିଶା ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ କୁଢ଼ କୁଢ଼ ନିରାମୟ ଔଷଧ ପଡ଼ୁଚି ଅଳିଆ ଗଦାରେ ; ସିଡିଏମ ମୁକ ସାକ୍ଷୀ ପାଲଟିଛନ୍ତି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ସରକାରଙ୍କ ନିରାମୟ ଯୋଜନା କୁ ଅଳିଆ ଗଦାରେ ପକାଇ ଗାଲୁ ପେଲୁଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ୯ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଣ କରାଯାଇଛି । କିନ୍ତୁ ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛପଟ ଶହ ମିଟର ଦୂର ଏକ ପରିତ୍ୟକ୍ତ ସ୍ଥାନରେ ଗଦାଗଦା ନିରାମୟ ଔଷଧ ପଡିଥିବା ଅଭିଯୋଗ ହୋଇଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହଶହ ଗରିବ ବର୍ଗର ରୋଗି ଆସୁଛନ୍ତି । ଅଧିକାଂଶ ସମୟରେ ଡାକ୍ତରଙ୍କ ପରମର୍ଶ ଔଷଧ ନିରାମୟ କେନ୍ଦ୍ରରେ ନପାଇ ନିରାଶ ହେଉଥିବା ଅଭିଯୋଗ ହେଉଛି । ଗୁରୁବାର ଗଦାଗଦି ସରକାରୀ ଯୋଗାଣ ଔଷଧ ପରିତ୍ୟକ୍ତ ସ୍ଥାନରେ ପଡିଥିବା କିଛି ଲୋକ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ।ଫୋପାଡା ଯାଇଥିବା କିଛି ଔଷଧ ବ୍ୟବହାର ଯୋଗ୍ୟ ସମୟ ସରିଯାଇଥିବା ବେଳେ ଅଧିକାଂଶର ବ୍ୟବହାର ବୈଧତା ୨୦୨୨ ଡିସେମ୍ବର ଓ ୨୦୨୩ ମସିହା ଥିବା ଉଲ୍ଲଖ ଅଛି । ଏହି ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ଲୋକମାନେ ଦାବି କରିଛନ୍ତି । ଏହାକୁ ନେଇ ବାରମ୍ବାର ସ୍ୱାସ୍ଥ୍ୟ ଅଧିକାରୀ ( ସିଡିଏମ ) ଙ୍କୁ ଅଭିଯୋଗ ହୋଇଥିଲେ ହେଁ ତାଙ୍କର କୌଣସି ଭ୍ରୂକ୍ଷେପ ନଥିବା ଜନସାଧାରଣ କହିଛନ୍ତି । ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ର ରୋଗୀ ମାନେ ବାହାରୁ ଔଷଧ କିଣି ନପାରି ବହୁତ ହନ୍ତସନ୍ତ ହେଉଥିବା ମଧ୍ୟ ଦେଖାଯାଇଛି । ଏବିଷୟରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କିଶୋର ଚନ୍ଦ୍ର ବେହେରା ଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଉନଥିବା ବେଳେ ଏହି ପରିସ୍ଥିତି ରେ ସେ ମୁକ ସାକ୍ଷୀ ପାଲଟିଛନ୍ତି।ଅନ୍ୟପଟେ ଏହି ବଷୟରେ ଭାରପ୍ରାପ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କିଶୋର ଚନ୍ଦ୍ର ବେହେରା କହିଛନ୍ତି ଯେ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି । କାହାର ସମସ୍ୟା ଥିବ ଅଭିଯୋଗ ହୋଇନି । ଅନ୍ୟପଟେ, ରୋଗୀଙ୍କୁ ମାସକର ମେଡିସନ ଦେବା ପରେ ସେମାନେ ନ ଖାଇ ଫିଙ୍ଗି ଦେଇଛନ୍ତି । ଯଦି ବାହାରେ ଫିଙ୍ଗା ହୋଇଛି ତାହାକୁ ଠିକ୍ ଭାବେ ଡିସ୍ଖପାଇରି ମେଡିସିନ ଜିଲକୁ ଫେରସ୍ତ କମ୍ବା ତାହା ପୋତି ଦେବା କଥା ଯଦି ବାହାରେ ଫିଙ୍ଗା ହୋଇଛି ତାହାକୁ ଠିକ୍ ଭାବେ ଡିସ୍ଖୋଜ୍ କରାଯିବ ବୋଲି କହିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଅଦାଲତର ଜବାବ୍ ତଲବ ପରେ, ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ କୋଣାର୍କ ମନ୍ଦିର ପ୍ରସ୍ଥାନ ଖୋଲିଲେ by Proprietor Abhimanyu Maharana October 15, 2026 ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026