୯ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧିନସ୍ଥ ଏକ ଗ୍ରାମ ରେ ଏକ ୧୨ ବର୍ଷର ଶିଶୁ ଅବହେଳିତ ହୋଇ ଜିବନ ବିତାଉ ଥିବାର ଖବର ଏକ ଗଣମାଧ୍ୟମ ପ୍ରତିନିଧି ପାଇବା ପରେ ଜିଲା ଶିଶୁ ସୁରକ୍ଷା ୟୁନିଟ କୁ ଜଣାଇଥିଲେ । ଶିଶୁ ସୁରକ୍ଷା ଅଧିକାରି ସଙ୍ଗେ ସଙ୍ଗେ ମୋହନ। ର ଏକ ଶିଶୁ ଯତ୍ନ ଅନୁଷ୍ଠାନ ଡେ ସ୍ଟାର ହୋମ ର କର୍ମ ଚାରୀଙ୍କୁ ନିର୍ଦେଶ ଦେଇଥିଲେ ଯଥାଶିଘ୍ର ଶିଶୁ ଙ୍କୁ ଉଧାର କରିବାକୁ । ଡେ ସ୍ଟାର ହୋମ ର ୩ ଜଣ କର୍ମ ଚାରୀ ଇସମାଇଲ ମାଝୀ,ନିହିମିୟା ମଂଡଳ ଓ ସୂରିୟ ନାରାୟଣ ଚୌଧୁରୀ ଶିଶୁଙ୍କ ଗାଁରେ ପହଞ୍ଚି ଉକ୍ତ ଶିଶୁ ପୁତ୍ରକୁ ଉଧାର କରି ଆଜି ଶିଶୁ କଲ୍ୟାଣ ସମିତି ଗଜପତି ଙ୍କ ନିକଟରେ ଥଇଥାନ ପାଇଁ ଉପସ୍ଥାପନ କରିଛନ୍ତି ।
ପ୍ରକାଶ ଥାଉକି ଶିଶୁ ଙ୍କ ପିତା କଂ ମୃତ୍ୟୁ ହୋଇଯାଇଛି ଓ ମାତା ଶିଶୁକୁଂ ଛୁଆବେଳୁ ଛାଡି ଦୀତିୟ ବିବାହ କରି ଚାଲିଯାଇଥିଲେ । ଫଳ ସ୍ଵରୁପ ଶିଶୁ ଜଣକ ନିଜ ବୃଦ୍ଧ ଓ ବୃଧା ଅଜା ଆଇ ଙ୍କ ପାଖରେ ଅତି ଦୟନୀୟ ଅବସ୍ଥା ରେ ରହି ଆସୁଥିଲେ । ଶିଶୁ କଲ୍ୟାଣ ସମିତି ସୁପାରିସ କ୍ରମେ ଶିଶୁ କୁ ଏକ ଶିଶୁ ଯତ୍ନ ଅନୁଷ୍ଠାନ ରେ ଥଇଥାନ କରି ଶିଶୁ ଙ୍କୁ ମାଗଣାରେ ରହିବା ଖାଇବା ପଢିବା ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

