
୯ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ପଦ୍ମପୁର :- ଗତ ଏକ ମାସ ଧରି ଚାଲିଥିବା ପଦ୍ମପୁର ବିଧାନ ସଭା ଉପ ନିର୍ବାଚନ ରେ ବିଜୁ ଜନତା ଦଳ ର ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହା ୪୨,୬୭୯ ଭୋଟ ଅଧିକ ପାଇଁ ବୃହତ ବିଜୟ ହାସଲ କରିଛନ୍ତି । ୨୪ ରାଉଣ୍ଡ ଭୋଟ ଗଣତି ହୋଇ ଥିବା ବେଳେ ଏଥିରେ ବିଜୁ ଜନତା ଦଳ ର ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହା ତାଙ୍କ ନିକଟତମ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ଙ୍କୁ ୪୨୬୭୯ ଭୋଟରେ ପରାସ୍ତ କରିଥିଲେ ।

ଶ୍ରୀମତୀ ବରିହା ୧,୨୦,୮୧୬ ଟି ଭୋଟ ପାଇ ଥିବା ବେଳେ ଶ୍ରୀ ପୁରୋହିତ ୭୮୧୩୭ ଭୋଟ ପାଇ ଥିଲେ । ସେଥି ମଧ୍ୟରେ ବିଜେଡି କୁ ୧୩୫ ଟି ପୋଷ୍ଟାଲ ବ୍ୟାଲଟ ଭୋଟ ମିଳିଥିବା ବେଳେ ବିଜେପିକୁ ୯୪ ଟି ମିଳିଥିଲା । ପୂର୍ବ ଉପ ନିର୍ବାଚନ ଭଳି ଏହି ନିର୍ବାଚନ ରେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ତା’ର ଅମାନତ ହରାଇବାକୁ ପଡ଼ିଛି ।
କଂଗ୍ରେସ ର ପ୍ରାର୍ଥୀ ସତ୍ୟ ଭୁଷଣ ସାହୁ ୩୫୯୪ ଭୋଟ ପାଇଛନ୍ତି । ନିର୍ବାଚନ ରେ ୨,୦୬,୨୨୮ ଭୋଟ ଦାନ କରିଥିଲେ ।ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହା ପଦ୍ମପୁର ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଙ୍କ ଠାରୁ ବିଜୟୀ ସାର୍ଟିଫିକେଟ ଗ୍ରହଣ କରିଥିଲେ।
