୯ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :- ଚିଲିକାରୁ ବେଆଇନ ଘେରି ଉଛେଦ ପାଇଁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା l ଉଚ୍ଚ ନ୍ୟାୟଳୟ ନିଦେର୍ଷ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରୁ 105 ହେକ୍ଟର ଘେରି ଉଛେଦ କରାଯାଇଛି l ଏସିଆର ସର୍ବବୃହତମ ଲୁଣିହଦ୍ର ଚିଲିକାରେ ଶହ ଶହ ମସ୍ୟଜୀବି ଚିଲିକାରୁ ମାଛ ମାରୀ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି l ହେଲେ ଚିଲିକାରେ କେତେକ ଅସାଧୁ ମାଫିଆମାନେ ବେଆଇନ ଘେରି କରିବା ଯୋଗୁଁ ଚିଲିକାରେ ଡ଼ଙ୍ଗା ଚଳାଚଳରେ ବାଧାପ୍ରାପ୍ତ,ମାଛ ଉତ୍ପାଦନ କମହେବାସହ ,ଚିଲିକାର ସୌନ୍ଦର୍ଯ୍ୟ ହାନି ହେଉଛି l 
ତେଣୁ ଉଚ୍ଚନ୍ୟାୟଳୟ ଚିଳିକାରୁ ଘେରି ଉଛେଦ ପାଇଁ ରାଜ୍ୟ ସରକାରଙ୍କୁ ନିଦେର୍ଷ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଚିଲିକାରେ ଖୋର୍ଦ୍ଧା ଜିଲ୍ଲାପାଳ,ଏସପିଙ୍କ ନିଦେର୍ଷ କ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱବ୍ୟବଧାନରେ ବାଲୁଗାଁ ପୋଲିସ ଓ ଚିଲିକା ତହସିଲଦାର ସିଡିଏର ମିଳିତ ଉଦ୍ୟମରେ ବେଆଇନ ଘେରି ଉଛେଦ ଅଭିଯାନ ଆରମ୍ଭ ହୋଇଯାଇଛି l ବାଲୁଗାଁ ଚିଲିକା କୂଳ ଜେଟି ଠାରୁ କଳିଯୁଗେଶ୍ବର ପାହାଡ଼ ପର୍ଯ୍ୟନ୍ତ 105 ହେକ୍ଟର ଅଞ୍ଚଳରୁ ଘେରି ଉଛେଦ କରାଯାଇଛି l
